ଯାଜପୁରରେ ପ୍ଲାଜମା ସଂଗ୍ରହ ପାଇଁ ପ୍ରସ୍ତୁତ ହେଲା ବ୍ଲୁ ପ୍ରିଣ୍ଟ

ଯାଜପୁର() ଜଣେ ପ୍ଲାଜମା ଦାନ କଲେ ୨ ଜଣ କରୋନା ରୋଗୀ ସୁସ୍ଥ ହୋଇପାରିବେ। ପ୍ଲାଜମା ଦାନ ମହତ ଦାନ ।ଏହାକୁ ସଫଳ କରିବା ପାଇଁ ବ୍ୟାପକ ଜନ ସଚେତନ ଆବଶ୍ୟକ। କରୋନା ରୋଗରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ରୋଗୀମାନେ କିପରି ଅଧିକରୁ ଅଧିକ ପ୍ଲାଜମା ଦାନ କରିବେ ସେ ନେଇ ଯାଜପୁର ଜିଲ୍ଲାରେ ଅନୁଷ୍ଠିତ ହୋଇ ଯାଇଛି ପ୍ଲାଜମା ସଂଗ୍ରହର ସମୀକ୍ଷା ବୈଠକ। ଜିଲ୍ଲା ଦାୟିତ୍ୱରେ ଥିବା ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟର ଜୀବନ ରକ୍ଷା ପାଇଁ ସ୍ୱଚ୍ଛକୃତ ଭାବେ ଲୋକମାନେ କିପରି ପ୍ଲାଜମା ଦାନ କରିବେ ଓ ଅଧିକ ରୋଗୀ ସାମିଲ ହୋଇ କିପରି ସୁସ୍ଥ ହେବେ ସେନେଇ ବୈଠକରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରଣବ ସୁସ୍ଥ ହୋଇଥିବା ରୋଗୀମାନେ କିପିରି ପ୍ଲାଜମା ଦାନ କରିବେ ସେ ନେଇ ପୂର୍ବରୁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ। ପ୍ରଥମେ ପ୍ଲାଜମା ଥେରାପିର ସଫଳ ପ୍ରୟୋଗ ପରେ କରୋନାରୁ କଟକର ଜଣେ ୪୮ ବର୍ଷୀୟ ମହିଳା ସୁସ୍ଥ ହୋଇଥିଲେ। ବର୍ତ୍ତମାନ ରାଜ୍ୟରେ ୧୫ରୁ ଅଧିକ ରୋଗୀଙ୍କୁ ପ୍ଲାଜମା ଦିଆଗଲାଣି। ତେଣୁ ଜିଲ୍ଲାରେ ଏହି ଅଭିଯାନକୁ ଜୋରଦାର କରିବା ପାଇଁ ବୈଠକରେ ମତ ଦେଇଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ। ଏହି ବୈଠକରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ , ବିଧାୟକ ପ୍ରୀତିରଞ୍ଜନ ଘଡେ଼ଇ ,ଅଶୋକ ବଳ, ସୁନନ୍ଦା ଦାସ, ପ୍ରଣବ ବଳବନ୍ତ ରାୟ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply

Your email address will not be published. Required fields are marked *

two × 3 =