ଆଉ ୧୨୦୩ କରୋନ ପଜିଟିଭ, ଗଞ୍ଜାମରୁ ୨୫୦

ଭୁବନେଶ୍ୱର() ଆଜି ରାଜ୍ୟରେ ୨୮ ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୧୨୦୩ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୫୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୪୫ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ୩୭୮କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଆଜି ଚିହ୍ନଟ ହୋଇଥିବା ୧୨୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ୨୫୦ଜଣ, ଖୋର୍ଦ୍ଧାରୁ ୨୨୦ ଜଣ, କଟକ ୯୭ ଜଣ, ସୁନ୍ଦରଗଡ଼ରୁ ୭୪ ଜଣ, ଗଜପତିରୁ ୭୨ ଜଣ, କୋରାପୁଟରୁ ୬୬ ଜଣ, ମଲକାନଗିରିରୁ ୬୫ଜଣ, ଭଦ୍ରକରୁ ୫୩ ଜଣ, ଯାଜପୁରରୁ ୪୬ ଜଣ, ରାୟଗଡ଼ାରୁ ୪୫ ଜଣ, ସମ୍ବଲପୁରରୁ ୪୦ ଜଣ, ନୟାଗଡ଼ରୁ ୨୪ ଜଣ, ବାଲେଶ୍ବର ୨୦ଜଣ, ମୟୂରଭଞ୍ଜରୁ ୧୬ ଜଣ, ଅନୁଗୁଳରୁ ୧୫ ଜଣ, କନ୍ଧମାଳ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪ ଜଣ ଲେଖାଏଁ, ବରଗଡ଼ରୁ ୧୨ ଜଣ, କେନ୍ଦୁଝରୁ ୧୧ ଜଣ, ପୁରୀରୁ ୯ ଜଣ, ଦେବଗଡ଼ ଓ ଜଗତସିଂହପୁରରୁ ୮ଜଣ ଲେଖାଏଁ, ବଲାଙ୍ଗୀରରୁ ୬ ଜଣ, କଳାହାଣ୍ଡି,ନବରଙ୍ଗପୁରୁ ଓ ସୋନପୁରୁ ୪ଜଣ ଲେଖାଏଁ, ଢ଼େଙ୍କାନାଳ ଓ ବୌଦ୍ଧ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

9 + 19 =