ମହିଳାଙ୍କ ପରିଚୟ ପାଇଁ ପୁରସ୍କାର ଘୋଷଣା

ଭୁବନେଶ୍ୱର: ଖୋର୍ଦ୍ଧା ଯାଁଆଳା ଫାଣ୍ଡି ପରିସରରେ ଥିବା କାର୍ ରୁ ମହିଳାଙ୍କ କଙ୍କାଳ ମିଳିବା ଘଟଣାରେ ମହିଳାଙ୍କ ପରିଚୟ ପାଇବାକୁ ଜୋରଦାର ପ୍ରୟାସ ଚଳାଇଛି କମିଶନରେଟ ପୋଲିସ । ମହିଳାଙ୍କ ପରିଚୟ ଦେଲେ ମିଳିବ ପୁରସ୍କାର । ଏଭଳି ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ । ଏଥିପାଇଁ ପୋଲିସ କମିଶନରଙ୍କୁ ଚିଠି ଲେଖିବେ ଭୁବନେଶ୍ୱର ଡିସିପି ।

ସୂଚନା ଅନୁଯାୟୀ, ଗତ ଫେବ୍ରୁଆରୀ ୧୨ ତାରିଖରେ ଯାଁଆଳା ଫାଣ୍ଡି ପରିସରରୁ ଏକ ସିଜ କାର ଭିତରୁ ମିଳିଥିଲା ମହିଳାଙ୍କ କଙ୍କାଳ । ମହିଳାଙ୍କ ପରିଚୟ ପାଇବା ପାଇଁ କଙ୍କାଳରୁ ସ୍କେଚ୍ ପ୍ରସ୍ତୁତ କରି ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇଛି ପୋଲିସ । ଏହି ପୋଷ୍ଟରକୁ ରାଜ୍ୟ ବାହାରକୁ ପଠାଇଛି କମିଶନରେଟ୍ ପୋଲିସ । ୪ଟି ରାଜ୍ୟ ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼କୁ ସ୍କେଚ୍ ର ପୋଷ୍ଟର ପଠାଇଛି କମିଶନରେଟ୍ ପୋଲିସ । ଏସସିଆରବି ୱେବସାଇଟରେ ମଧ୍ୟ କଙ୍କାଳ ସ୍କେଚ୍ ଅପଲୋଡ କରାଯାଇଛି । ଏହାସହ ଏସବୁ ରାଜ୍ୟର ଏଡିଜିଙ୍କ ସହ କଥା ହୋଇଛି କମିଶନରେଟ୍ ପୋଲିସ । ତେବେ କଙ୍କାଳ ମିଳିଥିବା ମହିଳାଙ୍କ ପୋଷ୍ଟର ଲଗାଇବା ପରେ ବହୁ ସ୍ଥାନରୁ ଫୋନ୍ କଲ୍ ଆସୁଛି । ଏବେ ସୁଦ୍ଧା ମହିଳାଙ୍କ ପରିଚୟ ମିଳିପାରିନାହିଁ ।

Share

Leave a Reply

Your email address will not be published. Required fields are marked *

1 × one =