ଏମିତି ଏକ ଗାଁ ଯେଉଁଠି ଚାଲେ ନାହିଁ ଦେଶର ଆଇନ କାନୁନ୍

ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ର। ଏହାକୁ ମଦର ଅଫ୍ ଡେମୋକ୍ରାସି ମଧ୍ୟ କୁହାଯାଏ । ସଂସଦ ଏଠାରେ ଆଇନ ପ୍ରଣୟନ କରେ ଏବଂ ସମଗ୍ର ଦେଶ ସେହି ଆଇନ୍ ଲାଗୁ କରାଯାଏ । କିନ୍ତୁ ଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଏହି ଆଇନ୍ କାନୁନ୍ ଚାଲେନାହିଁ । ଆପଣ ନିଶ୍ଚୟ ଭାବୁଥିବେ ଯେ, କାଶ୍ମୀର କିନ୍ତୁ ନାଁ । ଏହା ହେଉଛି ଭାରତରେ ଥିବା ହିମାଚଳ ପ୍ରଦେଶର ମାଲାନା ଗାଁ । ଏହି ଗାଁର ନିଜସ୍ବ ସମ୍ବିଧାନ ଅଛି । ଏହାର ନିଜସ୍ୱ ସଂସଦ ଏବଂ ଏପରିକି ‘ନ୍ୟାୟପାଳିକା’ମଧ୍ୟ ଅଛି ,ଯାହା ରାୟ ପ୍ରଦାନ କରେ। ତେବେ, ଲୋକମାନେ ଏଠାରେ କାହିଁକି ନିଜର ନିୟମ ଚଳାନ୍ତି,ଆସନ୍ତୁ ଜାଣିବା।

କୁଲୁ ଜିଲ୍ଲାର ପ୍ରାୟ ୧୨ ହଜାର ଫୁଟ ଉଚ୍ଚରେ ଅବସ୍ଥିତ ମାଲାନା ଗାଁ । ଏହି ଗାଁକୁ ଘେରି ରହିଛି ସୁନ୍ଦର ଉପତ୍ୟକା,ବିଭିନ୍ନ ସ୍ଥାନରୁ ଆସୁଥିବା ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ ।  ପ୍ରାକୃତିକ ଶୋଭାରାଜି ଅପେକ୍ଷା,ଗାଁର ନିଜସ୍ବ ଆଇନ୍ କାନୁନ୍ ପାଇଁ ବେଶ ଜଣାଶୁଣା। ଏହି ସ୍ଥାନର ବାସିନ୍ଦାମାନେ ନିଜକୁ ଆଲେକ୍ସଜାଣ୍ଡାରଙ୍କ ବଂଶଜ ବୋଲି କୁହନ୍ତି । କୁହାଯାଏ ଯେ ଆଲେକ୍ସଜାଣ୍ଡାରଙ୍କ ଯୁଗର ଖଣ୍ଡା ଗାଁ ମନ୍ଦିରରେ ରଖାଯାଇଥାଏ। ଏହି ଗାଁକୁ ନେଇ ଅନେକ  ଐତିହାସିକ କାହାଣୀ ଓ ରହସ୍ୟ ମଧ୍ୟ ରହିଛି ।  ପ୍ରାୟ ୧୭୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ପ୍ରାକୃତିକ ଶୋଭାରାଜିରେ ଭରପୁର ରହିଛି। 

ଏହି ଗାଁରେ ସଂସଦ ପରି ଦୁଇଟି ଘର ମଧ୍ୟ ଅଛି । ଉପର ଗୃହରେ ୧୧ ଜଣ ସଦସ୍ୟ ଅଛନ୍ତି ଏବଂ ଅନ୍ତିମ ନିଷ୍ପତ୍ତି ଏହି ଗୃହରେ ହୋଇଥାଏ । ଏଥିରେ ଗାଁର ତିନୋଟି ଗୁରୁତ୍ୱପୂର୍ଣ୍ଣ ଚରିତ୍ର ସାମିଲ ହୋଇଥାନ୍ତି ।  ଗୁରୁ, ପୁରୋହିତ ଏବଂ ଜାମଲୁ ଦେବତାଙ୍କ ପ୍ରତିନିଧୀ । ଏଗୁଡ଼ିକ ସ୍ଥାୟୀ ଏବଂ ଅବଶିଷ୍ଟ ୮ ଜଣ ସଦସ୍ୟ ଗ୍ରାମବାସୀଙ୍କ ଦ୍ୱାରା ମନୋନୀତ ହୋଇଥାନ୍ତି । ଯେ କୌଣସି ପ୍ରସଙ୍ଗରେ ଜାମଲୁ ଦେବତାଙ୍କ ନିଷ୍ପତିକୁ ଶେଷ ନିଷ୍ପତି ବୋଲି ଧରାଯାଏ। ଗୁରୁଙ୍କ ଆତ୍ମା ​​ଜାମଲୁ ଦେବତା ଦ୍ୱାରା ଶାସିତ। ଜାମଲୁ ଦେବତା ତାଙ୍କ ମାଧ୍ୟମରେ କଥା ହୁଅନ୍ତି ।

Share

Leave a Reply

Your email address will not be published. Required fields are marked *

one × 4 =