ବୁଧବାର : ଆଜି କେଉଁ ରାଶି ପାଇଁ କେମିତି ରହିବ ଦିନ ଜାଣନ୍ତୁ

ମେଷ – ମିଳିଥିବା ସୁଯୋଗର ଉପଯୋଗ କରିପାରନ୍ତି । କାର୍ୟ୍ୟରେ ବିରୋଧତା ଆସିପାରେ । ଥଣ୍ଡା-କଫଜନିତ ପୀଡା ଭୋଗ କରିପାରନ୍ତି । ଚଳ ସ୍ୱଭାବର ହେବେ । ମିଠା କଥା କହି ପରକୁ ଆପଣାର କରିପାରନ୍ତି । ଶୁଭ ରଙ୍ଗ ଗୋଲାପି,ଧଳା । ଶୁଭ ଅଙ୍କ ୫ ।

ବୃଷ – ଆୟ ଆଶାନୁରୂପ ହୋଇପାରେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଚଳ ପ୍ରକୃତିର ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।

ମିଥୁନ -ଭଲ ରୋଜଗାର ହେବ । କାର୍ୟ୍ୟରେ ସଫଳତା ଲାଭ କରିପାରନ୍ତି । ନିଜ ପରିବାରର ମର୍ୟ୍ୟାଦା ରକ୍ଷା କରିବାରେ ସକ୍ଷମ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୬ ।

କର୍କଟ – ପରୋପକାରୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଦିନଟି ଭୋଗ-ବିଳାସରେ ବିତାଇ ପାରନ୍ତି । ସୁଖ-ସମୃଦ୍ଧପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା,ପ୍ରବାସପ୍ରିୟ,ବିଦ୍ୱାନ୍, ସାହସୀ ଓ ସମ୍ପିବାନ୍ ହେବା ଆଶା କରାଯାଏ ।–ଶୁଭ ରଙ୍ଗ ଧଳା,ହଳଦୀଆ । ଶୁଭ ଅଙ୍କ ୪ ।

ସିଂହ – ଶରୀର ସୁସ୍ଥ ରହିବ । କାର୍ୟ୍ୟ ହାନି ଘଟିପାରେ । ମାନସିକ ଅଶାନ୍ତି ଭୋଗ କରିପାରନ୍ତି । ଈର୍ଷାଳୁ ସ୍ୱଭାବର ହେବେ । ସ୍ୱାଭିମାନୀ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ । ଭାଗ ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୧ ।

କନ୍ୟା –ବନ୍ଧୁ ସୁଖ ମିଳିବ । କୁଳ ଉଜ୍ଜ୍ୱଳକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ଶାନ୍ତ ଓ ଧୈର୍ୟ୍ୟବାନ୍ ହେବେ । ଶୁଭ ରଙ୍ଗ ନୀଳ, ଧଳା । ଶୁଭ ଅଙ୍କ ୩ ।

ତୁଳା – ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି । ଦୁଃସାହସିକ ପଦକ୍ଷେପ ନେଇ କାର୍ୟ୍ୟ ସମ୍ପାଦନ କରିବେ । ଭାଇମାନଙ୍କ ଉପରେ ସ୍ନେହ,ଶ୍ରଦ୍ଧାଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ଚାକିରୀରେ ସୁନାମ ଅର୍ଜନ କରିପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

ବିଛା – ପରାମର୍ଶ ନେଇ କାର୍ୟ୍ୟ କଲେ ସଫଳତା ମିଳିବ । ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଲଟେରି ଉଠାଣ ଆପଣଙ୍କ ସପକ୍ଷରେ ଯାଇପାରେ । ବ୍ୟବସାୟରୁ ପ୍ରଚୁର ଧନଲାଭ ହେବ । ଶୁଭ ରଙ୍ଗ ଲାଇଟ୍ ପିଙ୍କ୍ । ଶୁଭ ଅଙ୍କ ୭ ।

ଧନୁ –ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି । ସୁଖୀ ହେବେ । ଶୋଭନ ବ୍ୟକ୍ତିତ୍ୱ ବିକଶିତ ହେବ । ସୁସ୍ଥ ଓ ନିରାମୟ ରହିବେ । କୃଷି କର୍ମକାରୀ ହୋଇପାରନ୍ତି । ଆଦର ପ୍ରେମୀ ଓ ବୁଦ୍ଧିମାନ୍ ହେବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

ମକର –ମନ ପ୍ରଫୁଲ୍ଲ ରହିବ । ସମ୍ମାନିତ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃିର ହୋଇପାରନ୍ତି । ମିଷ୍ଟଭାଷୀ ହେବେ । ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଭୋଗ କରିପାରନ୍ତି । ସାନ ଭାଇଙ୍କ ଠାରୁ ଆଦର ମିଳିବ । ଶୁଭ ରଙ୍ଗ ଆକାସି । ଶୁଭ ଅଙ୍କ ୪ ।

କୁମ୍ଭ – ବ୍ୟବସାୟରେ ଲାଭକ୍ଷତି ସମାନ୍ତରାଳ ଗତି କରିପାରେ । ଚିନ୍ତାଧାରା ଉନ୍ନତମାନର ହେବ । ଭାଗ୍ୟଶାଳୀ ହୋଇପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ବିକାଶ ଘଟିବ । ଆବଶ୍ୟକ ପଡିଲେ ସହନଶୀଳ,ଶାନ୍ତିପ୍ରୟ ଓ ଉଦାର ହେବେ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୫ ।

ମୀନ – ଶ୍ରୀ ଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନୁରୂପ ହେବ । ରୁଚିକର ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଐଶ୍ୱର୍ୟ୍ୟଯୁକ୍ତ ହେବେ । ମାଲିମୋକଦ୍ଦମାରେ ଜିଣି ଧନ ଲାଭ କରିପାରନ୍ତି । ଲୋକପ୍ରିୟ ହୋଇପାରନ୍ତି । ଶୁଭ ରଙ୍ଗ ଆକାଶୀ । ଶୁଭ ଅଙ୍କ ୫ ।

Share

Leave a Reply

Your email address will not be published. Required fields are marked *

16 + five =