ମୌସୁମୀ ଅଧିବେଶନ ପାଇଁ ସଜବାଜ

ଭୁବନେଶ୍ବର () ମଙ୍ଗଳବାର ଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ସ୍ବଳ୍ପ ଅବଧି, କିନ୍ତୁ ଉଭୟ ବିରୋଧୀ ଓ ଶାସକଙ୍କ ହାତରେ ପ୍ରସଙ୍ଗ ଅନେକ । ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ବିଫଳତାକୁ ନେଇ ଘେରିବାକୁ ବିରୋଧୀ ରଣନୀତି କରୁଥିବା ବେଳେ କେନ୍ଦ୍ର ବିରୋଧୀ ପ୍ରସଙ୍ଗରେ ବିଜେଡି ତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛି । ସରଗରମ ହେବାକୁ ଥିବା ଏହି ଅଧିବେଶନରେ ୨୦୧୮-୧୯ ବର୍ଷ ପାଇଁ ଆସିବ ଅତିରିକ୍ତ ବଜେଟ । ତେବେ ଅଧିବେଶନର ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ବିଧାନସଭାରେ ଶୋକ ପ୍ରସ୍ତାବ ଆସିବାକୁ ଥିବାରୁ ଅତିିରିକ୍ତ ବଜେଟ ଉପସ୍ଥାପନାର ଦିନ ଘୁ ିବ । ଏଥିପାଇଁ ଆଜି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ କାର୍ଯ୍ୟପରାମର୍ଶଦାତା କମିଟି ବୈଠକ ।

୧୧ ଦିନର ଏହି ଅଧିବେଶନରେ କଂଗ୍ରେସ ଚାଷୀ ପ୍ରସଙ୍ଗକୁ ସରକାରଙ୍କ ବିରୋଧରେ ମୁଖ୍ୟ ଅସ୍ତ୍ର କରିବ । ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କୁ ବୀମା ଅର୍ଥ ପ୍ରଦାନରେ ଘରୋଇ କମ୍ପାନୀ ଅବହେଳା କରୁଛି । ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ଦୋଷ ଲଦିବ କଂଗ୍ରେସ । ଘରୋଇ କମ୍ପାନୀ ଚାଷୀଙ୍କ ଠାରୁ ପ୍ରିମିୟମ ନେଇ ବି ବର୍ଷ ବର୍ଷ ଧରି ବୀମା ଅର୍ଥ ପ୍ରଦାନ କରୁନି । ସେହିଭଳି ଲୋକାୟୁକ୍ତ ଆଇନ କାର୍ଯ୍ୟକାରୀ କରିବା ନେଇ ସୁପ୍ରିମ କୋର୍ଟରେ ସରକାର ଦରଖାସ୍ତ କରିବେ ବୋଲି ଗତ ଅଧିବେଶନରେ କହିଥିଲେ ବି ଏଯାଏଁ ସୁପ୍ରିମ କୋର୍ଟରେ ଜଣାଯାଇନି କି ଲୋକାୟୁକ୍ତ ନିଯୁକ୍ତି ହୋଇନି । ବିରୋଧୀ ଦଳ ନେତା ଏନେଇ ସରକାରଙ୍କ ସ୍ପଷ୍ଟିକରଣ ମାଗିବେ । ବ୍ଲକ ସ୍ତରରେ ପିସି ବନ୍ଦ କରିବାକୁ ନିଜେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ପିସି କମିବା ପରିବେ ର୍ ବଢିଛି । ଏଥିସହିତ ରାଜରାସ୍ତାରେ ବାରମ୍ବାର ଶିକ୍ଷକ ଆନ୍ଦୋଳନ ଯୋଗୁଁ ଶିକ୍ଷା ବ୍ୟବସ୍ଥା ପ୍ରଭାବିତ ହେବା, ସ୍ୱାସ୍ଥ୍ୟ ସେବାରେ ବିପର୍ଯ୍ୟୟ, ବେକାରୀ ସମସ୍ୟା, ଡାକ୍ତର ଅଭାବ, ଗ୍ରାମା ଳରେ ପାନୀୟ ଜଳର ଅଭାବ ଏବଂ ସର୍ବୋପରି ବିଜୁ ଯୁବ ବାହିନୀର ରାଜନୀତିକରଣ ଆଦି ପ୍ରସଙ୍ଗକୁ ନେଇ ସରାକରଙ୍କୁ ଘେରିବାକୁ କଂଗ୍ରେସ ଯୋଜନା କରିଛି ।

ସେପଟେ ବିଜେପି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଜରିଆରେ ବିଜେଡି ନେତାଙ୍କ ଥଇଥାନ ପ୍ରସଙ୍ଗରେ ସରକାରଙ୍କୁ କାଠଗଡାରେ ଛିଡା କରିବାକୁ ବିଜେପିନେତାମାନେ ସଜବାଜ ହେଉଛନ୍ତି । ଉଭୟ କଂଗ୍ରେସ ଓ ବିଜେପିର ସବୁ ପ୍ରସଙ୍ଗର ଜବାବ ଦେବାକୁ ଶାସକ ଦଳ ସେଇ ମହାନଦୀ ପ୍ରସଙ୍ଗରେ କେନ୍ଦ୍ରର ଏକପାଖିଆ ସମର୍ଥନ, ପୋଲାଭରମ, କେନ୍ଦ୍ରୀୟ ଅବହେଳା ଏବଂ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରସଙ୍ଗ ଉଠାଇବ ।

ଅଧିବେଶନରେ ସରକାର ୬ଟି ବିଲ ଆଣିବେ । ଏଥିସହିତ ଅଧିବେଶନର ପ୍ରଥମ ଦିନରେ ଦିବଂଗତ ନେତା ତଥା ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହେବ । ସଂସଦୀୟ ବ୍ୟବସ୍ଥାରେ ଶୋକ ପ୍ରସ୍ତାବ ପାରିତ ହେଲେ ଗୋଟିଏ ଦିନ ବିଧାନସଭା ମଲତବି ରହିବ । ଏହି ଦୃଷ୍ଟିର ଅତିରିକ୍ତ ବଜେଟ ଆଗତ ପାଇଁ ଧାର୍ଯ୍ୟ ଦିନରେ ପରିବ ର୍ନ ହେବା । ଅଧିବେଶନର ପ୍ରଥମ ଦିନରେ ହିଁ ଅତିରିକ୍ତ ବଜେଟ ଆଗତ ହେବ ବୋଲି ପୂର୍ବରୁ ଦିନ ଧାର୍ଯ୍ୟ ହୋଇଥିଲା । ଆଉ ଗୋଟିଏ ଦିନ ଧାର୍ଯ୍ୟ ପାଇଁ ଆଜି କାର୍ଯ୍ୟ ପରାମର୍ଶଦାତା କମିଟି ବୈଠକ ବସିବ ।

Share

Leave a Reply

Your email address will not be published. Required fields are marked *

two − 1 =