Friday, October 30, 2026
ମନୋରଞ୍ଜନ

ହୋଟେଲରେ କାହିଁକି ବିଛା ଯାଇଥାଏ ଧଳା ଚାଦର : ଜାଣନ୍ତୁ

ଯେତେବେଳେ ଆମେ ଘରୁ ବାହାରିଥାଉ ଆମକୁ ହୋଟେଲ ସହାୟତା ନେବାକୁ ପଡ଼ିଥାଏ। ଆମେ ସବୁ ହୋଟେଲରେ ଧଳା ଚାଦର ଦେଖିଥାଉ। ଏପରି ପରିସ୍ଥିତିରେ ଆମ ମନରେ ପ୍ରଶ୍ନ ଉଠିଥାଏ ଯେ ବାସ୍ତବରେ ସମସ୍ତ ହୋଟେଲରେ ଧଳା ଚାଦରର ପ୍ରୟୋଗ କାହିଁକି କରାଯାଇଥାଏ।

ଧଳା ରଙ୍ଗ ସୁଖ ଏବଂ ଶାନ୍ତିର ପ୍ରତୀକ ହୋଇଥାଏ। ଯେତେବେଳେ ଆମେ ଧଳା ରଙ୍ଗ ଦେଖିଥାଉ ସେତେବେଳେ ଆମେ ଶାନ୍ତି ଅନୁଭବ କରିଥାଉ। ଏହା ଆମ ଆଖିକୁ ଶାନ୍ତି ପହଞ୍ଚାଇଥାଏ। ଏହି କାରଣ ଯୋଗୁଁ ହୋଟେଲରେ ଧଳା ଚାଦର ବିଛାଯାଇଥାଏ।

ଧଳା ବେଡଶିଟ ଯୋଗୁଁ ଅସନା ହେଲେ ହୋଟେଲ କର୍ମଚାରୀଙ୍କ ଶୀଘ୍ର ନଜର ପଡ଼ିଥାଏ। ଏବଂ ଏହାକୁ ତୁରନ୍ତ ଧୋଇବା ପାଇଁ ପଠାଯାଇଥାଏ। ଏହା ବ୍ୟତୀତ ଧଳା ବେଡଶିଟକୁ ବ୍ଲିଚ୍ କରିବା ଦ୍ବାରା ପୁଣି ଥରେ ସେହି ଚମକ ଏବଂ ସୁନ୍ଦରତା ମିଳିଥାଏ।

ଧଳା ରଙ୍ଗର ବେଡଶିଟ ଲୋକଙ୍କୁ ମାନସିକ ଅବସାଦରୁ ମୁକ୍ତ ରଖିଥାଏ। ଯାହା ଦ୍ବାରା ହୋଟେଲରେ ଆସିଥିବା ଯାତ୍ରୀଙ୍କୁ ଖୁବ୍ ଶାନ୍ତି ମିଳିଥାଏ। ଏହା ଏକ ମନୋ ବୈଜ୍ଞାନିକ କାରଣ ମଧ୍ୟ। ଏପରି ପରିସ୍ଥିତିରେ ଆପଣ ମଧ୍ୟ ନିଜ ରୁମର ସୈାନ୍ଦର୍ୟ୍ୟ ବଢ଼ାଇବା ପାଇଁ ଧଳା ବେଡସିଟ ପ୍ରୟୋଗ କରି ପାରିବେ।

Share

Leave a Reply

Your email address will not be published. Required fields are marked *

five × five =