୬୫ ବର୍ଷରେ ପାଦ ଥାପିଲେ ରେଖା

ମୁମ୍ବାଇ()  ଗ୍ରୀନ୍ ଅଭିନେତ୍ରୀ ରେଖା ଆଜି ୬୫ ବର୍ଷରେ ପାଦ ରଖିଛନ୍ତି । ସୁନ୍ଦରତାରେ ବଲିଉଡର ଆଗଧାଡିର ହିରୋଇନ୍ ଙ୍କୁ ପଛରେ ପକାଉଥିବା ରେଖାଙ୍କ ବୟସ ୬୫ ବର୍ଷ ହେଲେ ମଧ୍ୟ ସେ ଖୁବ୍ ଯୁବା ଜଣାପଡନ୍ତି । ରେଖାଙ୍କ ଅସଲ ନାଁ ହେଉଛି ଭାନୁରେଖା ଗଣେଶନ୍ ।

ରେଖା କେବେବି ସିନେମାରେ ଅଭିନୟ କରିବାକୁ ଚାହୁଁନଥିଲେ କିନ୍ତୁ ଘରର ଆର୍ଥୀକ ପରିସ୍ଥିତି ଖରାପ ହେବାରୁ ତାଙ୍କୁ ଏହି ପେସାକୁ ଆପଣାଇବାକୁ ପଡିଥିଲା । କିଛି ସାଉଥ୍ ସିନେମାରେ କାମ କରିବା ପରେ ସେ ମୁମ୍ବାଇ ଚାଲିଆସିଥିଲେ ଏବଂ ହିନ୍ଦୀ ସିନେମାରେ ଭାଗ୍ୟ ପରୀକ୍ଷା କରିଥିଲେ । ମୁମ୍ବାଇରେ ଖୁବ୍ ସଂଘର୍ଷ କରିବା ପରେ ସେ “ସାବନ୍ ଭାଦୋ” (୧୯୭୦) ଚଳଚ୍ଚିତ୍ରରେ ପ୍ରଥମଥର ପାଇଁ ଅଭିନୟ କଲେ ଏବଂ ରାତାରାତି ଷ୍ଟାର୍ ମଧ୍ୟ ପାଲଟିଗଲେ । ପ୍ରେମ ଏବଂ ବିବାହକୁ ନେଇ ମଧ୍ୟ ରେଖା ଖୁବ୍ ଚର୍ଚ୍ଚାରେ ରହିଆସିଛନ୍ତି ।

Share

Leave a Reply

Your email address will not be published. Required fields are marked *

twenty − two =