ବିଜେପୁର ବିଜେପିରେ ଫାଟ

ଭୁବନେଶ୍ବର: ବିଜେପୁର ବିଜେପିରେ ଫାଟ ସୃଷ୍ଟି ହୋଇଛି। ଉପନିର୍ବାଚନ ସମୟରେ ଦଳୀୟ ନେତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଆଣିଛନ୍ତି ବିଜେପି ନେତା ଅଶୋକ ପାଣିଗ୍ରାହୀ । ଏହାସହ ସେ ଦଳ ଛାଡିବା ନେଇ ହେଉଥିବା ଚର୍ଚ୍ଚାକୁ ଗୁଜବ ବୋଲି କହିଛନ୍ତି ।

ଉପନିର୍ବାଚନରେ ଦଳୀୟ ଟିକେଟ ନ ପାଇଁ ଅସନ୍ତୁଷ୍ଟ ବିଜେପି ନେତା ଅଶୋକ ପାଣିଗ୍ରାହୀ ଦଳ ଛାଡିବେ ବୋଲି ଚର୍ଚ୍ଚା ହେଉଛି । ତେବେ ଏହାକୁ ସେ ଗୁଜବ ବୋଲି କହିବା ସହ ଏବେ ଦଳରେ ଅଛି ଓ ଆଗାମୀ ଦିନରେ କର୍ମୀ ଯାହା କହିବେ ତାହା କରିବି ବୋଲି ସେ କହିଛନ୍ତି ।

ଗତ 2018 ବିଜେପୁର ଉପନିର୍ବାଚନରେ ବିଜେଡି ଛାଡି ବିଜେପି ଟିକେଟରେ ଲଢିଥିଲେ ଅଶୋକ । ତେବେ ସାଧାରଣ ନିର୍ବାଚନରେ ଦଳ କିନ୍ତୁ ତାଙ୍କୁ ଭରସାକୁ ନେଇ ନଥିଲା । ତାଙ୍କ ବଦଳରେ ସତନ ଗଡତିଆଙ୍କୁ ପ୍ରାର୍ଥୀ କରିଥିଲା । ଚଳିତ ଉପନିର୍ବାଚନରେ ମଧ୍ୟ ଦଳ ତାଙ୍କୁ ଟିକେଟ ଦେଇ ନାହିଁ । ଏଥିସିହତ ତାଙ୍କୁ ଦଳୀୟ ଷ୍ଟାର ପ୍ରଚାରକ ତାଲିକାରେ ମଧ୍ୟ ରଖିନାହିଁ। ଯାହାକୁ ନେଇ ସେ କ୍ଷୋଭ ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

12 + seventeen =