Friday, October 30, 2026
Latestଜାତୀୟ

ଭାରତୀୟ ଟିମର କ୍ୟାରିବିୟାନ୍ କ୍ରୁଜରେ ମସ୍ତି

ମସ୍ତିମୁଡରେ ଭାରତୀୟ କି୍ରକେଟ ଟିମ । ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ ବିଜୟ ପରେ କ୍ରୁଜରେ କ୍ୟାରିବିୟାନ୍ ମହାଦ୍ୱୀପ ଭ୍ରମଣ କରିଛନ୍ତି ଭାରତୀୟ ଟିମ ।

କ୍ୟାପଟେନ୍ ବିରାଟ୍ କୋହଲି, ପତ୍ନୀ ଅନୁଷ୍କା ଶର୍ମା, ମୟଙ୍କ ଅଗ୍ରୱାଲ ଓ ରବିଚନ୍ଦ୍ରନ୍ ଅଶ୍ୱିନ କ୍ରୁଜରେ ମସ୍ତି କରୁଥିବାର ଦେଖିବାକୁ ମିଳିଛି। ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ସୋଶାଲ ମିଡିଆରେ ଏକ ଫଟୋ ସେୟାର କରି କ୍ୟାପସନ୍ ଦେଇଛନ୍ତି , ସମୁଦ୍ରର ଚମତ୍କାର ଦୃଶ୍ୟ ସହ ସୂର୍ୟ୍ୟାସ୍ତ ଏକ ଭଲ ସଂଯୋଗ

ଏହା ମଧ୍ୟରେ ଚାଇନାମ୍ୟାନ୍ କୁଲଦୀପ ଯାଦବ ମଧ୍ୟ ଇନଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କୁ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସହ ଜେଟ୍-ସ୍କିରେ ମସ୍ତି କରୁଥିବାର ଦେଖିବାକୁ ମିଳିଛି। କୁଲଦୀପ ଇନଷ୍ଟାଗ୍ରାମରେ ଏହି ଫଟୋ ଶେୟାର କରି ଲେଖିଛନ୍ତି, ଆଣ୍ଟିଗୁଆର ସୌନ୍ଦର୍ୟ୍ୟପୂର୍ଣ୍ଣ ଦୃଶ୍ୟ।

ଭାରତ ତା’ର ଟେଷ୍ଟ ଚାମ୍ପିୟନଶିପର ଶୁଭାରମ୍ଭ ୱେଷ୍ଟଇଣ୍ଡିଜ୍ ବିପକ୍ଷ ବିଜୟ ସହ କରିଛି। ଭାରତ ଆଣ୍ଟିଗୁଆରେ ଖେଳାଯାଇଥିବା ମ୍ୟାଚରେ ଆୟୋଜକ ଟିମକୁ ୩୧୮ ରନରେ ପରାସ୍ତ କରିଥିଲା।

Share

Leave a Reply

Your email address will not be published. Required fields are marked *

nine − two =