ଆଜିଠାରୁ ୪ ଦିନ ପର୍ୟ୍ୟନ୍ତ କାଳବୈଶାଖୀ ଆଶଙ୍କା

ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ଦେଖିବାକୁ ମିଳିବ | ବିଶେଷ କରି ଉତ୍ତର ଓଡିଶାର ଅନେକ ସ୍ଥାନରେ ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି | ଦକ୍ଷିଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି | ଏହି ସମୟରେ ପବନର ବେଗ ଘଂଟାପ୍ରତି ୪୦ରୁ ୫୦ କି:ମି: ରହିବ ବୋଲି ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ |

ଆଜିଠାରୁ ୨୨ ତାରିଖ ପର୍ୟ୍ୟନ୍ତ ଓଡିଶାରେ କାଳବୈଶାଖୀର ପ୍ରଭାବ ରହିବ | ୧୯ ଏବଂ ୨୦ ତାରିଖରେ ଉତ୍ତର ଓଡିଶାରେ କାଳବୈଶାଖୀର ପ୍ରଭାବ ଅନୁଭୂତ ହେବ | ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି | ୨୧ ଏବଂ ୨୨ ତାରିଖରେ ଦକ୍ଷିଣ ଓଡିଶାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖାଦେବ |

Share

Leave a Reply

Your email address will not be published. Required fields are marked *

five − 1 =