ନୂଆବର୍ଷରେ ଝଟକା ଦେଲା ଏୟାରଟେଲ

ନୂଆଦିଲ୍ଲୀ() ନୂଆବର୍ଷରେ ଝଟକା ଦେଲା ଏୟାରଟେଲ । ଜିଓ ପରେ ଏୟାରଟେଲରେ କଲ୍ ମହଙ୍ଗା ହେବ।ଗୋଟିଏ ମାସରେ ୨ୟ ଥର କଲ୍ ଦର ବଢାଇଛି ଏୟାରଟେଲ । କମ୍ପାନୀ ତାଙ୍କରର ସବୁ ବେଶ୍ ପ୍ୟାକ ଦାମ୍ରେ ପରିବର୍ତ୍ତନ କରିଛନ୍ତି ।

ଯଦି ଗ୍ରାହକଙ୍କୁ କମ୍ପାନୀର ନେଟୱାର୍କ ସହିତ ଯୋଡି ହୋଇ ରହିବାକୁ ପଡେ, ତେବେ ମାସିକ ୪୫ଟଙ୍କା ଦେବାକୁ ପଡିବ । ଏହି ପ୍ଲାନର ବୈଧତା ୨୮ଦିନ ରହିଛି । କିନ୍ତୁ ପୂର୍ବରୁ ଏହା ଗ୍ରାହକଙ୍କ ପାଇଁ ୩୫ଟଙ୍କା ଥିଲା । ତେବେ ବର୍ତ୍ତମାନ କମ୍ପାନୀର ବର୍ଦ୍ଧତ ଦର ଅନୁଯାୟୀ ଗ୍ରାହକମାନଙ୍କୁ ଅଧିକ ୧୦ଟଙ୍କା ଦେବାକୁ ପଡୁଛି ।

ସମସ୍ତ ବେଶ କଲ ଦର ମଧ୍ୟ ବୃଦ୍ଧି କରାଯାଇଛି । ଏବେ ଗ୍ରାହକଙ୍କୁ କଲ୍ କରିବା ପାଇଁ ପ୍ରତି ମିନିଟ୍୧.୫ଟଙ୍କା ଦୈୟ ଦେବାକୁ ପଡିବ, ମାନେ ପ୍ରତି ସେକେଣ୍ଡ ୨.୫ପଇସା ଦେବେ ୟୁଜର। ଏହାସହିତ ଏୟାରଟେଲ SMS ଦରରେ ମଧ୍ୟ ବୃଦ୍ଧି କରିଛି । ପ୍ରତି SMS ପାଇଁ ୧ଟଙ୍କା ଓ STD SMS ଲାଗି୧.୫୦ ଟଙ୍କା ଦେବାକୁ ପଡିବ ।

Share

Leave a Reply

Your email address will not be published. Required fields are marked *

5 × 5 =