Friday, October 30, 2026
Latestରାଜ୍ୟ

ଟାଇମ୍ସ ବିଶ୍ବସ୍ତରୀୟ ମାନ୍ୟତା କାଟେଗୋରୀରେ ‘ସୋଆ’

ଭୁବନେଶ୍ବର (): ଟାଇମ୍ସ ହାୟର୍ ଏଜୁକେସନ୍ ୱାର୍ଲ୍ଡ ୟୁନିଭର୍ସିଟି ର୍ୟାଙ୍କିଂ ୨୦୨୦ରେ ୧୦୦୧ ପ୍ଲସ କ୍ୟାଟେଗୋରୀରେ ପ୍ରଥମ ଉଦ୍ୟମରେ ଚଳିତ ବର୍ଷ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ସ୍ଥାନ ପାଇଛି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଉତମ ପ୍ରଦର୍ଶନ ସହ ଜଡିତ ଥିବା ୫ଟି ଦିଗକୁ ନେଇ ଏହି ର୍ୟାଙ୍କିଂ କରାଯାଇଥିଲା । ଏହି ପାରାମିଟରଗୁଡ଼ିକ ଥିଲା ଶିକ୍ଷାଦାନ (ଶୈକ୍ଷିକ ବାତାବରଣ), ଗବେଷଣା (ପରିମାଣ, ଆୟ, ଖ୍ୟାତି), ସମ୍ବଳିତଲେଖା (ଗବେଷଣା ପ୍ରଭାବ), ଶିଳ୍ପ ଆୟ (ଶିକ୍ଷା ଆଦାନପ୍ରଦାନ) ଏବଂ ଆନ୍ତର୍ଜାତିକ ଦୃଷ୍ଟିକୋଣ (ଆନ୍ତର୍ଜାତିକ ଛାତ୍ରଛାତ୍ରୀ ଏବଂ ଗବେଷଣା ସହଯୋଗ) ।

ସୋଆ ସହିତ ଅନ୍ୟ ଭାରତୀୟ ବିଶ୍ବବିଦ୍ୟାଳୟ ଗୁଡ଼ିକ ମଧ୍ୟରେ ଆମିଟି ବିଶ୍ବବିଦ୍ୟାଳୟ, ଆନ୍ଧ୍ର ବିଶ୍ବବିଦ୍ୟାଳୟ, ଆନ୍ନା ବିଶ୍ବବିଦ୍ୟାଳୟ, ଆନ୍ନାମଲାଇ ବିଶ୍ବବିଦ୍ୟାଳୟ, ବିର୍ଲା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଆଣ୍ଡ ସାଇନ୍ସ, ପିଲାନି, ଦିଲ୍ଳୀ ବୈଷୟିକ ବିଶ୍ବବିଦ୍ୟାଳୟ, କିଟ ବିଶ୍ବବିଦ୍ୟାଳୟ, ମନିପାଲ୍ ଏକାଡେମୀ ଅଫ୍ ହାୟର ଏଜୁକେସନ୍, ମୁମ୍ବାଇ ବିଶ୍ବବିଦ୍ୟାଳୟ, ମହୀଶୂର ବିଶ୍ବବିଦ୍ୟାଳୟ, ଶାସ୍ତ୍ର ବିଶ୍ବବିଦ୍ୟାଳୟ ଏବଂ ଏରଆରଏମ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ମଧ୍ୟ ୧୦୦୧ ପ୍ଲସ୍ କ୍ୟାଟେଗୋରୀରେ ସ୍ଥାନ ପାଇଛି । ନ୍ୟାସନାଲ ଇନଷ୍ଟିଚ୍ୟୁଟନାଲ ଫ୍ରେମ୍ ୱାର୍କ (ଏନ୍ଆର୍ଆଇଏଫ୍ ) ଦ୍ବାରା ୨୦୧୯ରେ ସର୍ବଭାରତୀୟ ର୍ୟାଙ୍କିଂରେ ବିଶ୍ବବିଦ୍ୟାଳୟ କ୍ୟାଟେଗୋରୀରେ ସୋଆ ୨୪ ତମ ସ୍ଥାନରେ ରହିଥିବା ବେଳେ ଏହାର ମେଡିକାଲ୍ ସାଇନ୍ସ ଫ୍ୟାକଲ୍ଟି ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ୨୧ ତମ ଏବଂ ଇଞ୍ଜିନିୟରିଂ ଫ୍ୟାକଲ୍ଟି ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ୩୨ ତମ ସ୍ଥାନ ହାସଲ କରିଛି । “ଆମେ ସବୁ କ୍ଷେତ୍ରରେ ଆହୁରି ଉନ୍ନତି ଭଲ କରିବା ପାଇଁ ଚେଷ୍ଟା ଚଳାଇଛୁ ଏବଂ ଏହି ପ୍ରଚେଷ୍ଟା ଜାରି ରହିବ” ବୋଲି କହିଛନ୍ତି ସୋଆର ପ୍ରତିଷ୍ଠାତା ପ୍ରଫେସର ମନୋଜରଞ୍ଜନ ନାୟକ ।

Share

Leave a Reply

Your email address will not be published. Required fields are marked *

one × 1 =