Thursday, October 29, 2026
Latestରାଜ୍ୟ

ଓମ ବାବାଙ୍କ ନାଁରେ ଲିଖିତ ଅଭିଯୋଗ କଲା କଂଗ୍ରେସ

ଭୁବନେଶ୍ୱର() ଓମ ବାବାଙ୍କ ପାଇଁ ଅଡୁଆ ବଢୁଛି । ବୁଧବାର କୋରାପୁଟ ଯୁବ କଂଗ୍ରେସ ପକ୍ଷରୁ ଓମ୍ ବାବାଙ୍କ ନାମରେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ବାବାକୁ ତୁରନ୍ତ ଗିରଫ କରାଯାଉ ବୋଲି ଯୁବକଂଗ୍ରେସ ଦାବି କରିଛି। ନଚେତ ତାଙ୍କୁ ଅଣ୍ଡାମାଡ଼ କରାଯିବ ବୋଲି କୋରାପୁଟ ଯୁବକଂଗ୍ରେସ ସଭାପତି ଜ୍ଞାନରଞ୍ଜନ ରାଉତ ଚେତାବନୀ ଦେଇଛନ୍ତି।

ସୂଚନାଅନୁସାରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଅରୁଚିକର ମନ୍ତବ୍ୟ ଦେଇଥିଲେ । ତାସହ ଦୁଇଦିନ ତଳେ ଓମ୍ ବାବା ଓଡିଶାରେ ଦ୍ୱିତୀୟ କୋଣାର୍କ ମନ୍ଦିର ନିର୍ମାଣ କରିବା ପାଇଁ ଗଣମାଧ୍ୟମକୁ କହିଥିଲେ। ଏଥିସହ ରାଜଭବନ ଯାଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ମନ୍ଦିର ନିର୍ମାଣ ସମ୍ପର୍କରେ ଆଲୋଚନା କରିଥିଲେ। ପୂର୍ବରୁ ବାବା ରିୟଲିଟି ଶୋ ‘ବିଗ୍ବସ୍’ରେ ଜଣେ ଯୁବତୀଙ୍କୁ ମାଡ଼ମାରି ଚର୍ଚ୍ଚାରେ ରହିଥିଲେ।

Share

Leave a Reply

Your email address will not be published. Required fields are marked *

18 − 6 =