Friday, October 30, 2026
Latestମନୋରଞ୍ଜନ

ପତ୍ନୀଙ୍କ ଏହି ଇଚ୍ଛାକୁ ପୂରଣ କରିପାରୁ ନାହାଁନ୍ତି ଅଭିଷେକ

ମୁମ୍ବାଇ() ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ଓ ଐଶ୍ବର୍ୟ୍ୟାଙ୍କ ବିବାହକୁ ୧୩ ବର୍ଷ ପୂରଣ ହୋଇସାରିଛି। ଉଭୟଙ୍କୁ ବଲିଉଡର ସବୁଠୁ ପାୱରଫୁଲ ଓ ସୁନ୍ଦର ଯୋଡି ବୋଲି କୁହାଯାଏ। ୨୦୦୭ ମସିହା ଏପ୍ରିଲ ମାସ ୨୦ ତାରିଖରେ ଅଭି ଓ ଐଶଙ୍କ ବିବାହ ବଚ୍ଚନ ପରିବାର ବଙ୍ଗଳା ପ୍ରତୀକ୍ଷାରେ ହୋଇଥିଲା। ତେବେ ଐଶ୍ବର୍ୟ୍ୟାଙ୍କ ଏହି ଇଚ୍ଛାକୁ ପୂରଣ କରିପାରୁ ନାହାଁନ୍ତି ଅଭିଷେକ …

ଉଭୟ ନେଇଥିବା ନୂଆ ଘରକୁ ଐଶ୍ବର୍ୟ୍ୟା ସିଫ୍ଟ ହେବାକୁ ଚାହାନ୍ତି। ଏନେଇ ସେ ଅଭିଷେକଙ୍କ ପାଖରେ ବରାବର ଜିଦ୍ କରିଆସିଛନ୍ତି। ହେଲେ ଅଭିଷେକ ଏବେ ନିଜ ମାଆ ବାପାଙ୍କ ସହ ରହିବାକୁ ଚାହାନ୍ତି। କିଛି ଦିନ ପୂର୍ବରୁ ଏହି ଦମ୍ପତ୍ତି ଅଲଗା ସିଫ୍ଟ ହେବା ପାଇଁ ମୁମ୍ବାଇ ବାନ୍ଦ୍ରାରେ ଏକ ଆପାର୍ଟମେଣ୍ଟ କିଣିଥିଲେ। ଏହି ନୂଆ ଫ୍ଲାଟର ଦାମ ୨୧ କୋଟି ଟଙ୍କାରୁ ମଧ୍ୟ ଅଧିକ। ଏବେ ଐଶ୍ବର୍ୟ୍ୟା ଅଲଗା ରହିବାକୁ ଚାହୁଁଛନ୍ତି।

କିନ୍ତୁ ଅଭିଷେକ ତାଙ୍କର ଏହି କଥା ରଖିପାରୁନାହାନ୍ତି। କାରଣ ସେ ଏବେ ତାଙ୍କ ମାଆ ବାପାଙ୍କୁ ଛାଡି ଯିବାକୁ ଚାହାନ୍ତି ନାହିଁ।

Share

Leave a Reply

Your email address will not be published. Required fields are marked *

four × one =