Friday, October 30, 2026
Latestଜାତୀୟ

ମହାକାଶରେ ୩୨୮ ବିତାଇ ପୃଥିବୀ ଫେରିଲେ କ୍ରୀଷ୍ଟିନା

ନୂଆଦିଲ୍ଲୀ () ମହାକାଶରେ ୩୨୮ ବିତାଇ ପୃଥିବୀ ଫେରିଲେ କ୍ରୀଷ୍ଟିନା । ମହାକାଶରେ ୩୨୮ ବିତାଇ ପ୍ରଥମ ମହିଳା ଭାବେ ମହାକାଶରେ ସର୍ବାଧିକ ଦିନ ରହିବାର ରେକର୍ଡ ନିଜ ନାଁରେ କରିଛନ୍ତି କ୍ରିଷ୍ଟ୍ରିନା । କ୍ରିଷ୍ଟିନାଙ୍କ ସମେତ ଅନ୍ୟ ଦୁଇ ମହାକାଶଚାରୀ ଲୁକା ପରମିତନୋ ଓ ଆଲେକଜାଣ୍ଡାର ମଧ୍ୟ ସୁରକ୍ଷିତ ଭାବେ ପୃଥିବୀ ପୃଷ୍ଠରେ ପହଞ୍ଚିଛନ୍ତି ।

ଲ୍ୟାଣ୍ଡିଂ ସାଇଟ୍ରେ ସୋୟୁଜ୍ରୁ ଓହ୍ଲାଇବା ବେଳକୁ ସେ ଆରାମରେ ବସିଥିବା ଏବଂ ହସୁଥିବା ଦେଖିବାକୁ ମିଳିଥିଲା। ଗତ ବର୍ଷ ମାର୍ଚ୍ଚ ୧୪ରେ ମହାକାଶକୁ ଯାଇ ଏବେ ଫେରିବା ପରେ ସେ କହିଛନ୍ତି, ସେ ବହୁତ ଉତ୍ସାହିତ ଏବଂ ଖୁସି ଅଛନ୍ତି।ଏହି ସଫଳତା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆମେରିକା ତାଙ୍କ ପାଇଁ ଗର୍ବିତ ବୋଲି କହିଛନ୍ତି।

୩୨୮ ଦିନ ମହାକାଶରେ ବିତାଇଥିବା କ୍ରିଷ୍ଟ୍ରିନା ପ୍ରତ୍ୟେକ ଦିନ ୧୬ ଥର ସୂର୍ୟ୍ୟୋଦୟ ଦେଖିଥାଆନ୍ତି । କାରଣ ସ୍ପେଶ ଷ୍ଟେସନ ପୃଥିବୀର ଚାରି ପାଶ୍ୱର୍ରେ ଘୂରି ବୁଲୁଥିବାରୁ ଏଭଳି ଦେଖିବାକୁ ମିଳିଥାଏ । ତେଣୁ ଏବେ ପର୍ୟ୍ୟନ୍ତ କ୍ରିଷ୍ଟ୍ରିନା ୩୨୮ ଦିନର ରହଣି ମଧ୍ୟରେ ୫୨୨୮ ସୂର୍ୟ୍ୟୋଦୟ ଦେଖି ସାରିଛନ୍ତି ।

ଏହି ମିଶନରେ ପୃଥିବୀ ଚାରିପାଖରେ ୫୪୨୮ ଥର ଘୂରିଛନ୍ତି କ୍ରିଷ୍ଟିନା । ଆଉ ଏହି ସମୟ ମଧ୍ୟରେ ପ୍ରାୟ ୩.୯ କୋଟି କିଲୋମିଟର ପରିକ୍ରମା କରିଛନ୍ତି କ୍ରିଷ୍ଟିନା । ସବୁଠୁ ବଡ କଥା ହେଲା ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନରେ ୬ ଥର ସ୍ପେଶୱାର୍କ କରିଛନ୍ତି କ୍ରିଷ୍ଟ୍ରିନା । ଏତେ ଦିନର ରହଣି ସମୟରେ ଭବିଷ୍ୟତରେ ହେବାକୁ ଥିବା ଚନ୍ଦ୍ର ଓ ମଙ୍ଗଳ ମିଶନ ପାଇଁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛନ୍ତି କ୍ରିଷ୍ଟିନା ।

Share

Leave a Reply

Your email address will not be published. Required fields are marked *

20 − eighteen =