୧୧ତାରିଖକୁ ଘୁଞ୍ଚିଲା ନିର୍ଭୟା ଶୁଣାଣି

ନୂଆଦିଲ୍ଲୀ() ପୁଣି ଘୁଂଚିଲା ନିର୍ଭୟା ମାମଲାର ଶୁଣାଣି । ଆସନ୍ତା ୧୧ତାରିଖକୁ ଘୁଞ୍ଚିଲା ସୁପ୍ରିମକୋର୍ଟର ଶୁଣାଣି । ନିର୍ଭୟା ଦୋଷୀମାନଙ୍କ ଡେଥ୍ ୱାରେଣ୍ଟ ଉପରେ ରହିତାଦେଶ ଏବଂ ସେମାନଙ୍କୁ ଏକାସଙ୍ଗରେ ଫାଶୀ ଦେବା ମାମଲା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିଲା ଆବେଦନ । ଶୁଣାଣି ସରିଥିବା ଦୋଷୀଙ୍କୁ ଫାଶୀ ଦେବାକୁ ଅପିଲ୍ କରିଥିଲେ କେନ୍ଦ୍ର ସରକାର ।

ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଖାରଜ କରିବା ପାଇଁ ଦାବି କରିଥିଲା କେନ୍ଦ୍ର । ଏକକାଳୀନ ୪ଦୋଷୀଙ୍କୁ ଫାଶୀ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ତେବେ ଏହି ମାମଲାର ଶୁଣାଣି ଆସନ୍ତା ୧୧ତାରିଖ ଅପରାହ୍ନ ୨ଟାରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଯେଉଁ ଦୋଷୀମାନଙ୍କର ନ୍ୟାୟିକ ପ୍ରକ୍ରିୟା ଶେଷ ହୋଇଛି, ସେମାନଙ୍କୁ ଅଲଗା ଅଲଗା ଫାଶୀ ଦେବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି କେନ୍ଦ୍ର ସରକାର । ନିର୍ଭୟା ମାମଲାର ୪ ଦୋଷୀଙ୍କୁ ଅଲଗା ଅଲଗା ଫାଶୀ ଦିଆଯାଇପାରିବନି ବୋଲି ବୁଧବାର କହିଥିଲେ ଦିଲ୍ଲୀ ହାଇକୋର୍ଟ ।

Share

Leave a Reply

Your email address will not be published. Required fields are marked *

12 − eight =