କରନଙ୍କ ସମୁଦୁଣି କରୀନା

ରିସେଣ୍ଟିଲି ଦ୍ୱିତୀୟ ବାର୍ଥ ଡେ ସେଲିବ୍ରେଟ କରିଛନ୍ତି ଛୋଟେ ନବାବ ତୈମୁର ଅଲ୍ଲୀ ଖାନ୍ । ତେବେ ୨ବର୍ଷ ବୟସରେ ମଧ୍ୟ ତୈମୁରଙ୍କ ପାଇଁ ଦୁଲହନ ଖୋଜା ସରିଛି। ଏବେ ଠାରୁ କରଣ ଜୋହର ତୈମୁରକୁ ଜ୍ୱାଇଁ କରିବାକୁ ଭାବି ସାରିଛନ୍ତି। କରଣଙ୍କ ପୁଅ ୟଶ ଓ ରୁହି ତୈମୁରଙ୍କ ଭଲ ସାଙ୍ଗ। ୩ ଜଣ ବହୁ ସମୟରେ ଏକାଠି ଟାଇମ ସ୍ପେଣ୍ଡ କରନ୍ତି।
ତୈମୁର ୟଶ ଓ ରୁହିଙ୍କ ସହ ଖେଳିବାକୁ କରଣଙ୍କ ଘରକୁ ଆସନ୍ତି। ଏହି ସମୟରେ ତୈମୁରଙ୍କୁ ଭାଇ ଡାକିବାକୁ ରୁହିଙ୍କୁ ମନା କରନ୍ତି କରଣ । ଏପରିକି ସେ ନାନିକୁ ମଧ୍ୟ ରୁହିକୁ ଏହା ଶିଖାଇବାକୁ ମନା କରିଦେଇଛନ୍ତି। ୨୦ ବର୍ଷ ପରେ ତୈମୁର ଓ ରୁହି ଦୁହେଁ ଦୁହିଁଙ୍କୁ ଡେଟ୍ କରିପାରନ୍ତି। ସେମାନେ ଏକାଠି ରହିବାକୁ ନିଷ୍ପତ୍ତି ମଧ୍ୟ ନେଇପାରନ୍ତି। ତେଣୁ ଏବେ ଠାରୁ ସେମାନଙ୍କ ରାସ୍ତାରେ ଠିଆ ହେବା ଠିକ୍ ନୁହେଁ ବୋଲି କହିଛନ୍ତି କରଣ।

Share

Leave a Reply

Your email address will not be published. Required fields are marked *

nineteen − 12 =