ପଥ ଉତ୍ସବରେ ଭଲେଣ୍ଟାଇନ ଡେ ସ୍ପେସିଆଲ … ଦେଖନ୍ତୁ ଏହି ଭିଡିଓ

ଭୁବନେଶ୍ୱର () ସାରା ବିଶ୍ୱ ଫେବୃଆରୀ ମାସକୁ ପ୍ରେମର ମାସ ବୋଲି ଗ୍ରହଣ କରି 14 ତାରିଖକୁ ଭଲେଣ୍ଟାଇନ ଡେ ଭାବେ ପାଳନ କରନ୍ତି । କିନ୍ତୁ କାହିଁକି ଏହି ଦିନକୁ ଭଲେଣ୍ଟାଇନ ଡେ ଭାବେ ପାଳନ କରାଯାଏ ତାହା ଏକ ରହସ୍ୟ ।

ତେବେ ସେ ଯାହା ହେଉନା କାହିଁକି ଆଜି ଭୁବନେଶ୍ୱର ପଥ ଉତ୍ସବରେ ଭଲେଣ୍ଟାଇନ ଡେ ସ୍ପେସିଆଲ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଏହି ଅବସରରେ ରାଜଧାନୀବାସୀଙ୍କ ମଧ୍ୟରେ ପ୍ରେମର ବାର୍ତ୍ତା ଦେବାକୁ ଏକ ପ୍ରୟାସ କରାଯାଇଥିଲା । ପ୍ରେମ ଯେ କେବଳ ଯୁବକ ଯୁବତୀଙ୍କ ମଧ୍ୟରେ ହୋଇଥାଏ ତା ନୁହେଁ । ପ୍ରେମ ଭାଇ ଭାଇର, ଭାଇ ଭଉଣୀର, ସ୍ୱାମୀ ସ୍ତ୍ରୀର । ପ୍ରେମ, ସମ୍ପର୍କର ବନ୍ଧନରେ ସୀମିତ ନୁହେଁ । ଏହି ବାର୍ତ୍ତା ଦେବାକୁ ଆୟୋଜିତ ପଥ ଉତ୍ସବର ଏହି ଭିଡ଼ିଓକୁ ଦେଖିଲେ ବୁଝିହେବ ।

Share

Leave a Reply

Your email address will not be published. Required fields are marked *

5 × five =