ୟୁକ୍ରେନରୁ ଫେରିଲେ ଯାଜପୁର ଜିଲ୍ଲାର ଦୁଇ ଛାତ୍ର

ୟୁକ୍ରେନରୁ ଫେରିଲେ ଯାଜପୁର ଜିଲ୍ଲାର ଦୁଇ ଛାତ୍ର । ସରକାରଙ୍କ ଉଦ୍ୟମ କ୍ରମେ ମାତୃଭୂମିକୁ ସୁରକ୍ଷିତ ଭାବେ ଫେରି ଆସିଛନ୍ତି କୋରାଇ ବ୍ଲକ ବିରୁହାଁପଡା ଓ ଛୋଟରାୟପୁର ଗାଁର ଡାକ୍ତରୀ ଛାତ୍ର ପ୍ରଳୟ କୁମାର ନାୟକ ଓ ଆତିଶ କୁମାର ପଣ୍ଡା ।

ୟୁକ୍ରେନର ଖାର୍କିଭ ନ୍ୟାସନାଲ ମେଡିକାଲ ୟୁନିଭରସିଟିରେ ଉଭୟେ ଡାକ୍ତରୀ ପଢୁଥିଲେ । ତେବେ ଘରକୁ ଫେରିବା ପରେ ଉଭୟେ ୟୁକ୍ରେନରେ ଯୁଦ୍ଧ ଭୟାବହତା ସମୟର କରୁଣ ଦୃଶ୍ୟକୁ ବୟାନ କରିଛନ୍ତି । ସେପଟେ ମୃତ୍ୟୁ ମୁଖରୁ ଫେରିଆସିଥିବା ପୁଅକୁ ପାଇ ବାପା ମା’ଙ୍କ ଖୁସିର ସୀମା ନାହିଁ ।

Share

Leave a Reply

Your email address will not be published. Required fields are marked *

4 × two =