ବିଜୁ ବାବୁଙ୍କ କର୍ମଭୂମି ବିକାଶର ଦାୟିତ୍ୱ ନେଲେ ନବୀନ

ବୈଜୟନ୍ତ କେନ୍ଦ୍ରାପଡାବାସୀ ଓ ମୋ ସହ ବିଶ୍ୱାସଘାତକତା କରିଛନ୍ତି

କେନ୍ଦ୍ରାପଡା () ଆଜି ତୃତୀୟ ପର୍ଯ୍ୟୟ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିବା ବେଳେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର, କେନ୍ଦ୍ରାପଡା, ଜୟଦେବ ବିଧାନସଭା କ୍ଷେତ୍ର ଓ ଆଠଗଡରେ ମାରାଥନ ପ୍ରଚାର କରିଛନ୍ତି । ଏହି ଅବସରରେ ସେ କେନ୍ଦ୍ର ବିଜେପି ସରକାରକୁ ତୀବ୍ର ସମାଲୋଚନା କରିବା ସହ ବିଜୁ ବାବୁଙ୍କ ସ୍ୱପ୍ନ ଓ ଓଡିଶାର ସ୍ୱାଭିମାନକୁ ସମ୍ମାନ ଜଣାଇ ବିଜେଡିକୁ ସମର୍ଥନ କରିବାକୁ ଆଦ୍ୱାନ ଦେଇଛନ୍ତି ।

ଆଜି ରାଜନଗର ବ୍ଲକ ସଦର ମହକୁମା ହାଇସ୍କୁଲ ନିକଟ ମିନିଷ୍ଟାଡିୟମରେ ବିଜେଡି ପକ୍ଷରୁ ଆୟୋଜିତ ହୋଇଥିଲା ନିର୍ବାଚନୀ ସଭା । ଏଥିରେ ଯୋଗଦେଇ ବିଜେଡି ସୁପ୍ରିମୋ କହିଥିଲେ ଯେ, କେନ୍ଦ୍ରାପଡା ବିଜୁବାବୁଙ୍କ କର୍ମଭୂମି ଥିଲା । କେନ୍ଦ୍ରାପଡାର ସ୍ୱାଭିମାନୀ ଜନତା ବିଜୁବାବୁଙ୍କୁ ନିଜ ପରିବାର ବୋଲି ଭାବୁଥିଲେ । ଆପଣମାନେ ମଧ୍ୟ ତାଙ୍କୁ ବହୁତ ଭଲ ପାଉଥିଲେ । ବିଜୁବାବୁଙ୍କ ପୁଅ ଭାବରେ ମୁଁ ଆପଣମାନଙ୍କ ନିକଟରେ ୠଣୀ ।

କେନ୍ଦ୍ରାପଡାର ଉନ୍ନତି ଅପେକ୍ଷା ନିଜ ଶିଳ୍ପର ପ୍ରସାର ଓ ଅଭିବୃଦ୍ଧି ବୈଜୟନ୍ତଙ୍କର ମୂଳ ଲକ୍ଷ୍ୟ ଥିଲା । ସେ ତାଙ୍କର ଦଶ ବର୍ଷର ସାଂସଦ ହେବା ଭିତରେ କେବଳ କେନ୍ଦ୍ରାପଡାବାସୀଙ୍କର ବିଶ୍ୱାସ ଭଙ୍ଗି ନାହାଁନ୍ତି, ମୋର ତାଙ୍କ ଉପରେ ଥିବା ବିଶ୍ୱାସକୁ ମଧ୍ୟ ଭାଙ୍ଗି ଦେଇଛନ୍ତି । ଏଭଳି ଜଣେ ବ୍ୟକ୍ତିଙ୍କୁ କେନ୍ଦ୍ରାପଡାବାସୀ ଆସନ୍ତା ନିର୍ବାଚନରେ ଠିକଣା ଜବାବ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱନ ଦେଇଛନ୍ତି ।

ନିର୍ବାଚନ ପ୍ରଚାର ପାଇଁ ଆୟୋଜିତ ବିଶାଳ ସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ତାଙ୍କୁ ଜଣେ କେନ୍ଦ୍ରମନ୍ତ୍ରୀ କହିଥିଲେ ବୈଜୟନ୍ତ ନିଜ ଶିଳ୍ପର ପ୍ରସାର ପାଇଁ କେନ୍ଦ୍ରାପଡାକୁ ରେଳ ଲାଇନ ଯିବା କଥା କହିଥିଲେ । ପ୍ରକୃତରେ କେନ୍ଦ୍ରାପଡାର ବିକାଶ ତାଙ୍କର ଲକ୍ଷ୍ୟନଥିଲା । ସେ କହିଲେ ଯେ, ବିଜୁ ବାବୁଙ୍କ କର୍ମଭୂମି କେନ୍ଦ୍ରାପଡାର ବିକାଶ ପାଇଁ ବୈଜୟନ୍ତଙ୍କ ଭଳି ଉଚ୍ଚଶିକ୍ଷିତ ଯୁବକଙ୍କୁ ସେ କେନ୍ଦ୍ରାପଡାରୁ ସଂସଦକୁ ପ୍ରତିନିଧିତ୍ୱ କରିବା ପାଇଁ ବାଛିଥିଲେ । ମାତ୍ର ସେ ମୋର ଓ କେନ୍ଦ୍ରାପଡାବାସୀଙ୍କର ବିଶ୍ୱାସକୁ ଭଙ୍ଗ କରିଛନ୍ତି । ଏହା ବିଜୁବାବୁଙ୍କ ପ୍ରତି ଅସମ୍ମାନ । କେନ୍ଦ୍ରାପଡାବାସୀ ତାଙ୍କୁ ଉଚିତ ଜବାବ ଦେବେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କୃଷକମାନଙ୍କ କଲ୍ୟାଣ ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଆରମ୍ଭ କରିଛନ୍ତି । ଏଥିରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । ମାତ୍ର ହେି ଯୋଜନାକୁ ବନ୍ଦ କରିବା ପାଇଁ କେନ୍ଦ୍ର ସରକାର ଚକ୍ରାନ୍ତ କରୁଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟ ରାଜ୍ୟରେ ପ୍ରତି ନାଗରିକଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଛି । ଓଡିଶା ଓ ଓଡିଶାବାସୀଙ୍କ ସମ୍ପୁର୍ଣ୍ଣ ରୂପେ ସମର୍ପିତ ହୋଇ ବିଜୁ ଜନତା ଦଳ ଲୋକଙ୍କ ସେବା କରି ଚାଲିଛି । ସେ ବଂଚିଥିବା କେହି କାଳି ଯୋଜନା କିମ୍ବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ବନ୍ଦ କରି ପାରିବେ ନାହିଁ । କେନ୍ଦ୍ରାପଡାବାସୀ ବିଜେଡିକୁ ଆଶୀର୍ବାଦ ଆହ୍ୱାନ ଦେଇଛନ୍ତି ।

କେନ୍ଦ୍ରାପଡାର ବିକାଶ ଏବେ ମୋର ଦାୟିତ୍ୱ । କେନ୍ଦ୍ରାପଡାର ବିକାଶ ଏବେ ମୁଁ ନିଜେ ଦେଖିବି । କେନ୍ଦ୍ରାପଡାର ସାଂସଦପାଇଁ ମୁଁ ଜଣେ ଭଲ ପ୍ରାର୍ଥୀ ଦେଇଛି । ଆପଣମାନେ ତାକୁ ଆଶୀର୍ବାଦ କରନ୍ତୁ । ଆପଣ ସାଢେ ୪କୋଟି ଓଡିଶାବାସୀ ମୋର ପରିବାର । ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି । ଆପଣମାନେ ମୋତେ ଆଶିର୍ବାଦ କରନ୍ତୁ । ଶଙ୍ଖ ଚିହ୍ନରେ ଦୁଇଥର ଭୋଟ ଦିଅନ୍ତୁ । ଥରେ ବିଧାୟକ ଓ ଆଉ ଥରେ ସାଂସଦ ପାଇଁ । ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ ପୂର୍ବରୁ ବିଧାୟକ ପ୍ରାର୍ଥୀ ଧୃବ ସାହୁ ଏବଂ ସାଂସଦ ପ୍ରାର୍ଥୀ ଅନୁଭବ ସେମାନଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

4 × one =