ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଅଗ୍ନିକାଣ୍ଡ, ୭ ମୃତ

ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଅଞ୍ଚଳରେ ଅଧିକ ବସ୍ତି ଅଛି ।

ଉତ୍ତର ପୂର୍ବ ଦିଲ୍ଲୀ ଅତିରିକ୍ତ ଡିସିପି କହିଛନ୍ତି, “ଗୋକୁଲପୁରୀ ପୋଲିସ ଥାନା ଅଞ୍ଚଳରେ ରାତି ପ୍ରାୟ ଗୋଟାଏ ସମୟରେ ନିଆଁ ଲାଗିଯାଇଥିଲା। ଉଦ୍ଧାରକାରୀ ଦଳ ତୁରନ୍ତ ସେଠାରେ ପହଞ୍ଚିଥିଲେ। ଭୋର୍ ପ୍ରାୟ ୪ଟା ସମୟରେ ନିଆଁକୁ ଆୟତ୍ତ କରାଯାଇଥିଲା ।ସେ କହିଛନ୍ତି ଯେ ଏହି ଦୁର୍ଘଟଣାରେ ୩୦ଟି ଘର ପୋଡି ଯାଇଛି ଏବଂ ୭ ଜଣ ପ୍ରାଣ ହରାଇଛନ୍ତି।

ରାଜ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ସକାଳେ ଗୋକୁଲପୁରୀ ଯାଇ ପୀଡିତଙ୍କୁ ଭେଟି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି।

Share

Leave a Reply

Your email address will not be published. Required fields are marked *

two × 5 =