ଲୋକଙ୍କ ଉପରେ ଗାଡ଼ି ଚଢାଇ ଦେଲେ ଚିଲିକା ବିଧାୟକ, ୬ ଆହତ

ରଣକ୍ଷେତ୍ର ପାଲଟିଲା ବାଣପୁର ବ୍ଲକ ଅଫିସ । ବିଧାୟକଙ୍କ କାର୍‌ ଧକ୍କାରେ ୬ ଜଣ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି । ଏପିରିକି ବିଧାୟକଙ୍କୁ କାର୍‌ରୁ ଟାଣି ଆଣି ନିର୍ଦ୍ଦୁମ ଛେଚିଲେ ଲୋକେ । ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ ।

ଖବର ଅନୁଯାୟୀ, ବାଣପୁର ପଞ୍ଚାୟତ ସମିତିରେ ଶନିବାର ଦିନ ବ୍ଲକ ଚେୟାରମ୍ୟାନ୍‌ ପାଇଁ ନିର୍ବାଚନ ଚାଲିଥିଲା । ଠିକ୍‌ ଏହି ସମୟରେ ବିଧାୟକଙ୍କ ଗାଡ଼ି ଲୋକଙ୍କ ଉପରକୁ ଗାଡି ଚଢିଯାଇଥିଲା । ଏଥିରେ ଜଣେ ମହିଳାଙ୍କ ସମେତ ୬ଜଣ ଗୁରୁତର ହୋଇଥିଲେ । ସେଥିରେ କିଛି ମହିଳା ପୋଲିସ ଅଧିକାରୀ ଥିବା ସୂଚନା ମିଳିଛି ।

ବିଧାୟକଙ୍କ ଏପରି ବେପାରୁଆ ଗାଡି ଚାଳନା ଦେଖି ଉତ୍ୟକ୍ତ ହୋଇଯାଇଥିଲେ ସାଧାରଣଲୋକେ । ତୁରନ୍ତ ବିଧାୟକଙ୍କ ଗାଡିକୁ ଆକ୍ରମଣ କରିଥିଲେ । ଏପରିକି ବିଧାୟକଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ସ୍ଥାନୀୟଲୋକେ । ଯେଉଁଥିରେ ସେ ଆହତ ହୋଇଛନ୍ତି । ଆହତ ଅବସ୍ଥାରେ ବିଧାୟକଙ୍କୁ ବାଣପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଥିବାର ସୂଚନା ମିଳିଛି ।

ସେପଟେ ବିଧାୟକଙ୍କ କାର୍‌ ଚଢିଯିବାରୁ ଜଣେ ମହିଳାଙ୍କ ସମେତ ୬ ଜଣ ଗୁରୁତର ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ଏମ୍‌ସ ସ୍ଥାନାନ୍ତରିତ କରାଯାଇଛି । ଉତ୍ୟକ୍ତ ଲୋକେ ବିଧାୟକଙ୍କ କାର୍‌କୁ ଓଲଟାଇଦେଇଛନ୍ତି । ସୁରକ୍ଷା ଦୃଷ୍ଟିରେ ଘଟଣାସ୍ଥଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

20 + seven =