ଭାରତୀୟ ସିନେମା ଏକ ଆଇକୋନିକ ଅଭିନେତାକୁ ହରାଇଛି:ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଆଜି ବଲିଉଡ଼ ଅଭିନେତା ଋଷି କପୁରଙ୍କ ପରଲୋକ ଘଟିଛି । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୬୭ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ତାଙ୍କ ମୃତ୍ୟୁ ଖବର ଶୁଣି ମୁଁ ବହୁତ ଦୁଃଖିତ । ଭାରତୀୟ ସିନେମା ଏକ ଆଇକୋନିକ ଅଭିନେତାକୁ ହରାଇଛି, ଯିଏ ଅନେକ ସ୍ମରଣୀୟ ଚଳଚ୍ଚିତ୍ର କରିଛନ୍ତି । ଏହାସହ ତାଙ୍କ ପରିବାର, ବନ୍ଧୁ ଏବଂ ପ୍ରଶଂସକଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡ଼କର ଓ ରବିଶଙ୍କର ପ୍ରସାଦ, କଂଗ୍ରେସ ନେତା ରାହୁଲ ଗାନ୍ଧି , ବିଗ୍ ବି ଅମିତାଭ ବଚନ, ଅକ୍ଷୟ କୁମାର, ଗାୟକ ସୋନୁ ନିଗମ ଶୋକ ପ୍ରକାଶ କରିଛନ୍ତି ।
ଋଷି କପୁର ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଆଖି ବୁଜିଛନ୍ତି । ସେ ପୂର୍ବରୁ କ୍ୟାନସରରେ ପୀଡ଼ିତ ଥିଲେ । ବିଳମ୍ବିତ ରାତିରେ ଗତକାଲି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଆମେରିକାରେ ଦୀର୍ଘଦିନ ଧରି ଚିକିତ୍ସିତ ହେଉଥିଲେ । କିଛିଦିନ ତଳେ ଆମେରିକାରୁ ଭାରତ ଫେରିଥିଲେ ।

Share

Leave a Reply

Your email address will not be published. Required fields are marked *

two + eleven =