Friday, October 30, 2026
Latestମନୋରଞ୍ଜନ

ଆରପାରିରେ ରିଷି କପୁର

ମମ୍ବାଇ()  ବୁଧବାର ଦିନ ସକାଳେ ରିଷିଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ରିଷିଙ୍କ ମୃତ ଦେହ ନିକଟରେ ଏବେ ତାଙ୍କ ପରିବାର ଲୋକ ରହିଛନ୍ତି। ରିଷି ନ୍ୟୁୟର୍କରେ ପ୍ରାୟ ଏକ ବର୍ଷ ଧରି କର୍କଟ ରୋଗ ଜନିତ ଚିକିତ୍ସା ପରେ ଗତ ସେପ୍ଟେମ୍ବରରେ ଭାରତ ଫେରିଥିଲେ।

ସୋଶାଲ ମିଡିଆରେ ବେଶ ସକ୍ରିୟ ଥିଲେ ଚିଣ୍ଟୁ ଓରଫ ରିଷି। କିନ୍ତୁ ଗତ ଏପ୍ରିଲ ୨ ପରଠାରୁ କିଛି ପୋଷ୍ଟ କରିନଥିଲେ। ପୂର୍ବରୁ ସେ ଘୋଷଣା କରିଥିଲେ ହଲିଉଡ୍‌ ଫିଲ୍ମ ‘ଦି ଇଣ୍ଟର୍ଣ୍ଣ’କୁ ରିମେକ୍‌ କରିବେ। ଦୀପିକା ପାଦ୍ୟୁକୋନ୍‌ଙ୍କୁ ନେଇ ଏହି ଫିଲ୍ମ କରିବାର ଥିଲା।

Share

Leave a Reply

Your email address will not be published. Required fields are marked *

13 − twelve =