Friday, October 30, 2026
Latestରାଜ୍ୟ

ଅନନ୍ତଙ୍କ ବିରୋଧରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ

ଭୁବନେଶ୍ୱର()  ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନାମରେ ଗତ ୧୯ ତାରିଖରେ ବାଘମାରୀ ଥାନାରେ ଏତଲା ହେବା ପରେ ଘଟଣା ଉପରୁ ଧୀରେ ଧୀରେ ପର୍ଦ୍ଦା ହଟିବାରେ ଲାଗିଛି । ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ବିଧାୟକ ନାମରେ ଏତଲା ହୋଇଥିବା ବେଳେ ଏହା ସମ୍ପୂର୍ଣ୍ଣ ପ୍ରାୟୋଜିତ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ମହିଳାଙ୍କ ଏତଲାକୁ ଆଧାର କରି ତଦନ୍ତ ହୋଇଥିବା ବେଳେ ଏହି ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ସମ୍ପୃକ୍ତ ଥାନାର ଜନୈକ ଅଧିକାରୀ ସୂଚନା ଦେଇଛନ୍ତି ।

ପୋଲିସର ସୂଚନା ମୁତାବକ ବିଧାୟକ ଅନନ୍ତ ନାରାୟଣ ଙ୍କ ଭାଇଙ୍କ ଶଳା ବାଘମାରୀ ସାରୁଅ ଅନ୍ତର୍ଗତ ପୁବୁସାହି ଠାରେ ଏକ ଜମି କିଣିଥିଲେ । ସେ ଜମିରେ ଚାଷବାସ କରି ଚାଲୁଥିଲେ । ଜମିର କାଗଜପତ୍ର ଠିକ ଥିଲେ ମଧ୍ୟ ଏକ ପୋଖରୀ ଖୋଳାକୁ କେନ୍ଦ୍ର କରି ସେହି ଗ୍ରାମର ଦିଲ୍ଲୀପ ମହାଭୋଇ ଜମି ମାଲିକଙ୍କୁ ବଟି ମାଗିଥିଲେ । ବାହାରୁ ଆସି ପୋଖରୀ ଖୋଳିବାକୁ ହେଲେ ବଟି ଦେବାକୁ ପଡିବ ବୋଲି ଧମକାଇଥିଲେ । ଏଥିରେ ରାଜି ନହେବାରୁ ଜମି ମାଲିକ ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ପାରିବାରିକ ସମ୍ପର୍କ ଥିବାରୁ ଅନନ୍ତ ଖବର ପାଇ ସେଠାରେ ପହଞ୍ଚିଥିଲେ । ଆକ୍ରମଣ ର ଶିକାର ବ୍ୟକ୍ତିଙ୍କୁ ସେଠାରୁ ଉଦ୍ଧାର କରିଥିଲେ । ସେହି ସମୟରେ ତାଙ୍କର ଅଭିଯୁକ୍ତଙ୍କ ସହ ପାଟିତୁଣ୍ଡ ହୋଇଥିଲା । ଘଟଣାସ୍ଥଳରେ ଜଣେ ସ୍ଥାନୀୟ ସମିତି ସଭ୍ୟ ଓ ଅନ୍ୟ କିଛି ଲୋକ ମଧ୍ୟ ଉପସ୍ଥିତ ଥିଲେ । ତୁରନ୍ତ ଆହତ ଜଣଙ୍କୁ ରାତି ୯ ଟା ସୁଧା ପ୍ରଥମେ ଖୋର୍ଦ୍ଧା ହସ୍ପିଟାଲ ଓ ପରେ ଭୁବନେଶ୍ୱର ସ୍ଥିତ ଶ୍ରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କିନ୍ତୁ ଘଟଣାକୁ ରଙ୍ଗ ଦିଆଯାଇ ରାତି ୧୦ ଟା ସମୟରେ ବିଧାୟକ ଓ ତାଙ୍କ କିଛି ସମର୍ଥକ ଘରେ ପଶିଥିଲେ ବୋଲି ରାତି ୧୨ଟା ବେଳେ ଏତଲା ଦିଆଗଲା । ମାଡ଼ ମାରିଥିବା ଲୋକର ସ୍ତ୍ରୀ ତାଙ୍କୁ ଟଣାଓଟରା କରାଯାଇଥିବା ବାଘମାରୀ ଥାନାରେ ଅଭିଯୋଗ ଆଣିଲେ, ଯିଏକି ଘଟଣାସ୍ଥଳରେ ଆଦୌ ଉପସ୍ଥିତ ନଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ଘଟଣା ର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ମିଥ୍ୟା ଏତଲା ଦେବା ଓ ପୋଲିସକୁ ବିଭ୍ରାନ୍ତ କରିବା ଅଭିଯୋଗରେ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Share

Leave a Reply

Your email address will not be published. Required fields are marked *

15 + 10 =