ଯୋଦ୍ଧାଙ୍କୁ ମାଗଣା କରୋନା ଟିକା

ଭୁବନେଶ୍ବର () ରାଜ୍ୟରେ ଆରମ୍ଭ ହେବ ଟିକାକରଣ  । ମାଗଣାରେ କରୋନା ଯୋଦ୍ଧା ନେବେ  ଟିକା  । ଏ ନେଇ ରାଜ୍ୟ ସରକାରଙ୍କ ସମସ୍ତ ପ୍ରସ୍ତୁତି ସରିଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ ଟିକାକରଣ କରାଯିବ । ପ୍ରଥମ ପର୍ଯ୍ୟାୟରେ ମାଗଣା ଟିକା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସ୍ବାସ୍ଥ୍ୟକର୍ମୀ,ଡାକ୍ତର ଓ କରୋନା ଯୋଦ୍ଧାଙ୍କୁ ପ୍ରାଧାନ୍ୟ ଦିଆଯିବ । ପରେ ବୟସ୍କ ଓ ଅନ୍ୟମାନଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯିବ । ପ୍ରଥମ ପର୍ଯ୍ୟାୟରେ ମୋଟ ୩ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦେବାପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି । ଟିକା କାହାକୁ ଓ କିପରି ଦିଆଯିବ ସେ ନେଇ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି  ।

ରାଜ୍ୟରେ ସୁରୁଖୁରୁରେ ଟିକାକରଣ ପାଇଁ ଅଣ୍ଟା ଭିଡିଛି ସ୍ବାସ୍ଥ୍ୟ ବିଭାଗ । କେନ୍ଦ୍ର ସରକାର ଯେଉଁ ଗାଇଡଲାଇନ ଦେଇଛନ୍ତି, ସେହି ଅନୁସାରେ ରାଜ୍ୟ ସରକାର କାମ ଆରମ୍ଭ କରିଛନ୍ତି । ତେବେ ସାଧାରଣ ଲୋକଙ୍କ ପାଇଁ କଣ ବ୍ୟବସ୍ଥା ରହିବ ସେ ନେଇ କୌଣସି ସ୍ପଷ୍ଟ ଗାଇଡଲାଇନ ନାହିଁ । ଭୋଟଦାନ ମଡେଲ ଅନୁସାରେ ଟିକା ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି । ଏଥିପାଇଁ ୨ଲକ୍ଷ ୯ହଜାର ୨ଶହ ୭୬ଟି ଟିକାକରଣ ସ୍ଥାନ ଚିହ୍ନଟ କରାଯାଇଛି  । ୮ହଜାର ୨ଶହ ୭୬ ଟିକା କର୍ମୀ ନିୟୋଜିତ କରାଯିବ  ।

କରୋନା ସମୟରେ ରାଜ୍ୟକୁ ପ୍ରବାସୀଙ୍କୁ ଫେରାଇ ଆଣିବା ହେଉ, କି କୋଭିଡ ମ୍ୟାନେଜମେଣ୍ଟ ସବୁଥିରେ ବାହା ବାହା ନେଇଥିଲା ଓଡିଶା  । ଏପରିକି ମାଗଣାରେ କରୋନା ରୋଗୀଙ୍କୁ ଚିକିତ୍ସା କରାଇ ପ୍ରସଂଶା ସାଉଁଟିଥିଲେ । ଏବେ ରାଜ୍ୟ ସରକାର ପୁଣି ମାଗଣାରେ କୋଭିଡ ଟିକା ଯୋଗାଇ ଦେବା ନିଷ୍ପତ୍ତିକୁ ସବୁ ମହଲରେ ସ୍ବାଗତ କରାଯାଇଛି  ।

Share

Leave a Reply

Your email address will not be published. Required fields are marked *

10 − 10 =