ଆଇପିଏସ୍ ଅଧିକାରୀ ସୁବୋଧ ଜୈସୱାଲ ସିବିଆଇର ନୂଆ ନିର୍ଦ୍ଦେଶକ

ନୂଆଦିଲ୍ଲୀ: ମହାରାଷ୍ଟ୍ର କ୍ୟାଡରର ବରିଷ୍ଠ ଆଇପିଏସ୍ ଅଧିକାରୀ ସୁବୋଧ କୁମାର ଜୈସୱାଲ ବୁଧବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦାୟିତ୍ୱ ଗ୍ରହଣ କରିଛନ୍ତି। ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ଭାବେ ପ୍ରବୀଣ ସିହ୍ନାଙ୍କୁ ଦାୟିତ୍ଵ ଦିଆଯାଇଛି। ଜୈସୱାଲଙ୍କୁ ଦୁଇ ବର୍ଷ ପାଇଁ ସିବିଆଇ ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। ମହାରାଷ୍ଟ୍ର କ୍ୟାଡରର ୧୯୮୫ ବ୍ୟାଚ୍ ଭାରତୀୟ ପୋଲିସ୍ ସେବା (ଆଇପିଏସ୍) ଅଧିକାରୀ ସୁବୋଧ କୁମାର ଜୈସୱାଲ ବର୍ତ୍ତମାନ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (ସିଏସ୍ଏଫ୍) ର ମହାନିର୍ଦ୍ଦେଶକ ଥିଲେ। ସେ ମହାରାଷ୍ଟ୍ର ପୋଲିସର ମହାନିର୍ଦ୍ଦେଶକ ମଧ୍ୟ ରହିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଗଠିତ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ତଥା ଭାରତର ପ୍ରଧାନ ବିଚାରପତି ଏନ.ଭି. ରମଣା ଏବଂ ଲୋକସଭାରେ କଂଗ୍ରେସର ନେତା ଅଧୀର ରଂଜନ ଚୌଧୁରୀ ଆଜି ଜୈସୱାଲଙ୍କୁ ଏହି ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

15 − six =