ଆଜି ରାଜ୍ୟରେ ୭୪୫ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ । ଗତ ୨୪ ଘଣ୍ଟା ମଧ୍ୟରେ ୭୪୫ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୪୩୫ ଓ ସ୍ଥାନୀୟ ସଂକ୍ରମିତ ୩୧୦ ଜଣ ରହିଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ୧୧୯ ଜଣ ରହିଛନ୍ତି। ଅନୁଗୁଳ ଜିଲାରେ ୧୦, ବାଲେଶ୍ୱର ୩୨, ବରଗଡ ୧୧, ଭଦ୍ରକରେ ୯ ଓ କଟକରୁ ୧୨୦ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡରୁ ୬, ଢେଙ୍କାନାଳ ୯, ଞ୍ଜାମ ୩, ଜଗତସିଂହପୁର ୧୮, ଯାଜପୁର ୨୭ ଓ କନ୍ଧମାଳରୁ ୩ ଚିହ୍ନଟ ହୋଇଛନ୍ତି।

କେନ୍ଦ୍ରାପଡା ଜିଲାରେ ୧୮, କେନ୍ଦୁଝର ୫, ଖୋର୍ଦ୍ଧାରୁ ୨୯୭, କୋରାପୁଟରୁ ୧, ମାଲକାନଗିରିରୁ ୧ ଓ ମୟୁରଭଞ୍ଜରୁ ୩୨ ଚିହ୍ନଟ ହୋଇଛନ୍ତି। ନବରଙ୍ଗପୁରରେ ୪, ନୟାଗଡ ୧୧, ନୂଆପଡା ୨, ପୁରୀ ୧୭, ରାୟଗଡା ୨ ଓ ସମ୍ବଲପୁରରେ ୧୦ ଚିହ୍ନଟ ହୋଇଛନ୍ତି। ଏଥିସହିତ ସୁନ୍ଦରଗଡରେ ୨୪ ଓ ଷ୍ଟେଟପୁଲରୁ ୭୨ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦିନକ ମଧ୍ୟରେ ୬୯୪ ଜଣ କୋଭିଡରୁ ସୁସ୍ଥ ହୋଇଛନ୍ତି। ସଂପ୍ରତି ରାଜ୍ୟରେ ୭୦୮୭ ଜଣ କରୋନା ରୋଗୀ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

2 × 4 =