ଆଉ ୯୯କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର() ରାଜ୍ୟରେ ଆଉ ୯୯କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୬୪୯କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୯୯ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱରର ସର୍ବାଧିକ ୩୪ଜଣ, ଗଞ୍ଜାମର ୧୫, ଯାଜପୁର ଓ କେନ୍ଦ୍ରାପଡ଼ାର ୧୩, ପୁରୀର ୧୦, ଭଦ୍ରକର ୯, ନୟାଗଡ଼ର ୩ଜଣ, ସୁନ୍ଦରଗଡ଼ ଓ ଦେବଗଡ଼ର ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧୪୩୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୬୪୯ଜଣ ସୁସ୍ଥ ହୋଇଛନ୍ତି ଓ ୭ଜଣଙ୍କର ମୃତ୍ୟୁ ହୋଇଛି । ଏବେ ରାଜ୍ୟରେ ୭୮୨ ଆକ୍ଟିଭ କେସ୍ ରହିଛି ।

Share

Leave a Reply

Your email address will not be published. Required fields are marked *

seventeen + 9 =