ଅଗଷ୍ଟ ସୁଦ୍ଧା ୫୦% ପ୍ରାର୍ଥୀ ତାଲିକା

କଂଗ୍ରେସର ପାରିବାରିକ ରାଜନୀତିରେ ପୂର୍ଣ୍ଣଛେଦ

ଭୁବନେଶ୍ବର () ଓଡ଼ିଶା କଂଗ୍ରେସରେ ବନ୍ଦ ହେବ ବଂଶବାଦ ରାଜନୀତି । ଗୋଟିଏ ପରିବାରକୁ ମିଳିବ ଗୋଟିଏ ଟିକେଟ୍ । ଟିକେଟ ପାଇଁ କୌଣସି ପ୍ରକାର ସୁପାରିଶ ଗ୍ରହଣ କରାଯିବନାହିଁ । ଏଭଳି ନୀତି ର୍ନିଦ୍ଧାରଣ କରିଛନ୍ତି ଓଡ଼ିଶା ଦାୟିତ୍ବରେ ଥିବା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ । ପରିବାର ଭିତରୁ ଏକାଧିକ ବ୍ୟକ୍ତି ଟିକେଟ ପାଉଥିବାରୁ ଏହାକୁ ନେଇ ଅସନ୍ତୋଷ ଦେଖାଯାଉଥିଲା ଓ ଅନ୍ୟ ଆଶାୟୀମାନେ ସୁଯୋଗରୁ ବଂଚିତ ହେଉଥିଲେ । କିନ୍ତୁ ଯେଉଁମାନେ ପୂର୍ବରୁ ପ୍ରତିଷ୍ଠିତ ଓ ନିର୍ବାଚନରେ ବିଜୟର ଦାବିଦାର, ଦଳ ସେମାନଙ୍କୁ ମଧ୍ୟ ଗୁରୁତ୍ବ ଦେବ ବୋଲି କୁହାଯାଇଛି । ଜିତେନ୍ଦ୍ର ସିଂଙ୍କ ଏହି ଘୋଷଣା ଦଳୀୟ ମହଲରେ ଜୋରଦାର ଆଲୋଡନ ସୃଷ୍ଟି କରିଛି ।

କଂଗ୍ରେସର ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ଏହି ଯୁକ୍ତି ପରିବାର ଆଧାରରେ ଯେଉଁ ନେତାମାନେ ଟିକେଟ୍ ପାଇବାର ଆଶା କରିଥିଲେ ସେମାନଙ୍କୁ ଯେତିକି ନିରୁତ୍ସାହିତ କରିଛି, ତୃଣମୂଳସ୍ତରରେ ଦଳ ପାଇଁ କାମ କରୁଥିବା ନେତା ଓ କର୍ମୀଙ୍କୁ ସେତିକି ଉତ୍ସାହିତ କରିଛି । କାରଣ ଏଣିକି କଂଗ୍ରେସରେ ବଂଶବାଦ କିମ୍ବା ସୁପାରିଶ ନୁହେଁ, ବରଂ ଦକ୍ଷତା ଏବଂ ବିଜୟ ସଂଭାବନା ହିଁ ଟିକେଟ୍ ବଂଟନର ମୁଳ ଆଧାର ହେବାକୁ ଯାଉଛି ।

ତୃଳମୂଳସ୍ତରରେ ଦଳ ପାଇଁ କାର୍ଯ୍ୟ କରୁଥିବା ନେତା, ଯେଉଁମାନେ ଦଳର ଆଭିମୁଖ୍ୟ ନେଇ ଲୋକଙ୍କ ପାଖକୁ ଯାଉଛନ୍ତି ସେମାନଙ୍କୁ ଏଥର ପ୍ରାଧାନ୍ୟ ଦିଆଯିବ ବୋଲି ଘୋଷଣା କରିଛନ୍ତି ଓଡ଼ିଶା ପ୍ରଭାରୀ । ନିଜ ର୍ନିବାଚନ ମଣ୍ଡଳୀରେ ନେତାଙ୍କ ଲୋକପ୍ରିୟତା ଏବଂ ବିଜୟ ସଂଭାବନା ଦେଖି କଂଗ୍ରେସ ଟିକେଟ୍ ମିଳିବ ବୋଲି କହିଛନ୍ତି ଜିତେନ୍ଦ୍ର ସିଂ । ଏଆଇସିସିର ଏହି ନିଷ୍ପତିକୁ ସ୍ବାଗତ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

୨୦୧୯ ନିର୍ବାଚନ ପୂର୍ବରୁ ଦଳକୁ ଦୃତାର ସହ ଛିଡ଼ା କରିବା ପାଇଁ କଂଗ୍ରେସ ତୃଣମୂଳ ସ୍ତରରେ ଜୋରଦାର ଉଦ୍ୟମ ଜାରି ରଖିଥିବା ବେଳେ ପ୍ରଭାରୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବରରେ ୩ଦିନ ଧରି ·ଲିଥିଲା ମାନସ ମନ୍ଥନ । ଯେଉଁଥିରେ ଜିଲ୍ଳା ଓ ରାଜ୍ୟସ୍ତରୀୟ ନେତାଙ୍କୁ ୩ମାସ ପାଇଁ ଟାର୍ଗେଟ୍ ଦେଇଛନ୍ତି ଓଡ଼ିଶା ପ୍ରଭାରୀ । ଆଉ ଏସବୁ ଭିତରେ ଆସନ୍ତା ଅଗଷ୍ଟ ଶେଷ ସପ୍ତାହରେ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସି, ଦଳୀୟ ନେତା ଓ କର୍ମୀଙ୍କୁ ଦେବେ ଗୁରୁମନ୍ତ୍ର ।

ଆଉ ଏସବୁ ଭିତରେ ପୁଣି କଂଗ୍ରେସ ପୂର୍ବରୁ ଘୋଷଣା କରିସାରିଛି ଯେ, ନିର୍ବାଚନର ବହୁ ପୂର୍ବରୁ ଅନ୍ତତଃ ୫୦ ପ୍ରତିଶତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ । ଏସବୁକୁ ଦେଖିଲେ ଲାଗୁଛି ୨୦୧୯ ର୍ନିବାଚନରେ ଉଭୟ ବିଜେଡି ଓ ବିଜେପି ପାଇଁ ଏକ ବଡ ଆହ୍ବାନ ଭାବେ ଛିଡ଼ା ହୋଇପାରେ ।

Share

Leave a Reply

Your email address will not be published. Required fields are marked *

9 + sixteen =