ଜିତେନ୍ଦ୍ର ସିଂଙ୍କୁ ଭେଟିଲେ ସତ୍ୟ ପ୍ରକାଶ

ସତ ହେଲା ଓଡିଶା 24 ଖବର

ଭୁବନେଶ୍ବର () ଖୁବଶୀଘ୍ର ରାଜ୍ୟ କଂଗ୍ରେସର ମୁଖ୍ୟ ମୁଖପାତ୍ର ଭାବେ ଯୋଗଦେବେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ । ଏନେଇ ଆଜି ସେ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କୁ ଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ଭେଟି ଦଳର ପ୍ରଚାର ପ୍ରସାରରେ ମିଡିଆ ସେଲର କାର୍ଯ୍ୟ ସଂପର୍କରେ ଆଲୋଚନା କରିଥିବା ଜଣାପଡିଛି । ଏପରିକି ରାଜ୍ୟରେ ମିଡିଆ ସେଲ କିଭଳି ଭିନ୍ନ ଗଣମାଧ୍ୟମ କାର୍ଯ୍ୟାଳୟ ସହ ସୁ ସଂପର୍କ ସ୍ଥାପନ କରି ଆଗାମୀ ଦିନରେ ଦଳର ବିଭିନ୍ନ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର କରାଇବ ସେ ସଂପର୍କରେ ସେ ଜିତେନ୍ଦ୍ର ସିଂହଙ୍କୁ ଏକ କ୍ଷୁଦ୍ର ପ୍ରେଜେନଟେସନ ଦେଇଥିବାର ମଧ୍ୟ ଜଣାପଡିଛି ।

ଆଗାମୀ ଦିନରେ ରାଜ୍ୟ କଂଗ୍ରେସର ମିଡିଆ ସେଲ କେବଳ ଗଣମାଧ୍ୟମରେ ପ୍ରଚାର ପ୍ରସାର ନୁହେଁ, ସରକାର ବିରୋଧରେ ପ୍ରଦେଶ କଂଗ୍ରେସ ଉଠାଉଥିବା ବିଭିନ୍ନ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଁଚାଇବାରେ ମଧ୍ୟ ମିଡିଆ ସେଲ ଏକ ଗୁରୁଦାୟିତ୍ବ ତୁଲାଇବ । ସାମଗ୍ରୀକ ଭାବେ ଏହିସବୁ ପ୍ରସଙ୍ଗରେ ସେ ଜିତେନ୍ଦ୍ର ସିଂହଙ୍କ ସହ ବିସ୍ତ୍ରୁତ ଭାବେ ଆଲୋଚନା କରିଥିବା ଜଣାପଡିଛି । ଖୁବଶୀଘ୍ର ଭୁବନେଶ୍ବର ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ସେ ଦଳରେ ଯୋଗଦେବେ ବୋଲି ଜଣାପଡିଛି ।

ଏ ସଂପର୍କରେ ସତ୍ୟ ନାୟକଙ୍କ ସହ ଯୋଗାଯୋଗ କରାଯିବାରୁ ସେ ଜିତେନ୍ଦ୍ର ସିଂହଙ୍କୁ ଭେଟିଥିବା ସ୍ବୀକାର କରିଛନ୍ତି । ତେବେ ଭେଟିବା ଉଦ୍ଦେଶ୍ୟ ଏବଂ ସେ କଂଗ୍ରେସରେ ଯୋଗ ଦେବା ନେଇ କିଛି ସ୍ପଷ୍ଟ କରିନାହାଁନ୍ତି । ତେବେ କଂଗ୍ରେସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସେ ଖୁବଶୀଘ୍ର ଯୋଗ ଦେଉଛନ୍ତି । ପୂର୍ବରୁ www.odisha24.com ହିଁ ଏହି ଖବର ପ୍ରକାଶ କରିଥିଲା । ଏବେ ଏହି ନ୍ୟୁଜ ପୋର୍ଟାଲର ଖବର ସତ ହୋଇଛି ।

Share

Leave a Reply

Your email address will not be published. Required fields are marked *

4 + two =