ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର() ରାଜ୍ୟରେ ଆଜି ୪୮ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୪୮ନୂଆ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ସରକାର । ପୁରୀ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୦ଆକ୍ରାନ୍ତ ସୁରତ ଫେରନ୍ତା ହୋଇଥିବା ବେଳେ ସମସ୍ତେ କ୍ୱାରେଣ୍ଟିନରେ ଥିଲେ । ସେହିପରି କଟକରେ ଚିହ୍ନଟ ହୋଇଥିବା ଅହମ୍ମଦାବାଦ ଫେରନ୍ତା ଓ କ୍ୱାରେଣ୍ଟିନରେ ଥିଲେ । ଭଦ୍ରକରେ ଚିହ୍ନଟ ହୋଇଥିବା ୬ଜଣ ଆକ୍ରାନ୍ତଙ୍କ ପଶ୍ଚିମବଙ୍ଗ ଲିଙ୍କ ଓ ସମସ୍ତେ ସଙ୍ଗରୋଧରେ ଥିଲେ । ଗଞ୍ଜାମ ୧୨, ଯାଜପୁରରୁ ୨ ଓ ନୟାଗଡ଼ରୁ ୩ ଆକ୍ରାନ୍ତ ସୁରତରୁ ଫେରନ୍ତା , ସୁନ୍ଦରଗଡ଼ ଓ ଦେବଗଡ଼ର ୨ଆକ୍କରାନ୍ତ ଅହମ୍ମଦାବାଦରୁ ଫେରିଛନ୍ତି । ସମସ୍ତେ ସଙ୍ଗରୋଧରେ ରହିଥିଲେ । ବାଲେଶ୍ୱରରୁ ଚିହ୍ନଟ ହୋଇଥବବା ୧୨ଜଣ ଆକ୍ରାନ୍ତ ଙ୍କ ମଧ୍ୟରୁ ୭ଜଣ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା, ୨ଜଣ ସୁରତ ଫେରନ୍ତା ଓ ଜଣେ ମହାରାଷ୍ଟ୍ରର ଓ ଜଣେ ଆକ୍ରାନ୍ତ ଘରୋଇ ସଙ୍ଗରୋଧରେ ଥିଲେ । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

3 × 2 =