ରଥଖଳାରେ ବିଜେ ହେଲା ଶ୍ରୀଜିଉଙ୍କ ଆଜ୍ଞାମାଳ

ପୁରୀ() ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପାରମ୍ପରିକ ଭଉଁରୀ ନୀତି ଆରମ୍ଭ ହୋଇଛି । ଶ୍ରୀଜିଉଙ୍କ ଠାରୁ ଆଜ୍ଞାମାଳ ଆସି ଚକଡେରା ନୀତି ସମ୍ପନ୍ନ ହୋଇଛି । ଏହାସହ ରଥ ଖଳାରେ ୬ଟି ଚକ ସହ ଡେରା ହେଲା ୩ଟି ଅଖ । ସେପଟେ ରଥଖଳାରେ ବିଜେ ହେଲା ଶ୍ରୀଜିଉଙ୍କ ଆଜ୍ଞାମାଳ । ବଳଭଦ୍ର, ଜଗନ୍ନାଥ ଓ ସୁଭଦ୍ରାଙ୍କ ବାଡରୁ ଆଜ୍ଞାମାଳ ଅସି ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି ।

ସେପଟେ ରଥଖଳାରେ କାମ ଆରମ୍ଭ ପୂର୍ବରୁ ୧୬୨ ଜଣ ସେବକଙ୍କର ଥର୍ମାଲ ସ୍କ୍ରନିଂ କରାଯାଇଥିଲା ।
ଏଥି ସହିତ କୋଭିଡ-୧୯ ପରୀକ୍ଷା ପାଇଁ ସ୍ୱାପ କଲେକ୍ସନ ଆରମ୍ଭ ହୋଇ ବୁଧବାର ୫୫ ଜଣଙ୍କର ସ୍ୱାପ ନମୁନା ସଗ୍ରହ ହୋଇଥିବା ବେଳେ ଗୁରୁବାର ୭୫ ଜଣଙ୍କର ସ୍ୱାପ ନମୁନା ସଂଗ୍ରହ ହୋଇଛି ।

Share

Leave a Reply

Your email address will not be published. Required fields are marked *

19 + 17 =