୫ଶହ କେଜି ଗଞ୍ଜେଇ ଜବତ

ବ୍ରହ୍ମପୁର: ଦିନକୁ ଦିନ ବଢ଼ିବାରେ ଲାଗିଛି ନିଶା କାରବାର । ଉପାନ୍ତରୁ ଉପକୂଳ ସବୁଠି ଲମ୍ବିଛି ଚେର । ତେବେ ଆଜି ପୁଣିଥରେ ଜବତ ହୋଇଛି ୫୦୦ ଶହ କେଜି ଗଞ୍ଜେଇ । ଆଳୁ ବୋଝେଇ ଟ୍ରକ୍ (ଏମ୍ଏଚ୍୧୮ବିଜି-୨୩୪୨)ର ସିକ୍ରେଟ୍ ଚ୍ୟାମ୍ବରରେ ଲୁଚାଇ ଗଞ୍ଜେଇ ଚାଲାଣ ବେଳେ ଧରାପଡିଛି। ଆଜି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ୫୦୦ କେଜି ଗଞ୍ଜେଇ ଜବତ କରିଛି। ଏଥିରେ ସମ୍ପୃକ୍ତି ଅଭିଯୋଗରେ ରାଜସ୍ଥାନ ରାଜ୍ୟ ଉଦୟପୁର ଜିଲ୍ଲାର ୨ ଯୁବକଙ୍କୁ ଅବକାରୀ ବିଭାଗ ଗିରଫ କରିଛି। ଟ୍ରକରେ ମହାରାଷ୍ଟ୍ରରୁ ଆଳୁ ବ୍ରହ୍ମପୁର ଆସୁଥିଲା। ଫେରିବା ବେଳେ ଡ୍ରାଇଭର ଓ ସହଯୋଗୀ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଗଞ୍ଜେଇ ଆଣି ଟ୍ରକ୍ ଯୋଗେ ମହାରାଷ୍ଟ୍ର ଓ ରାଜସ୍ଥାନ ଚାଲାଣ କରୁଥିଲେ। ଏଥର ସେମାନେ ପାଟପୁର ଅଞ୍ଚଳରୁ ଏହି ଗଞ୍ଜେଇ ଚୋରାଚାଲାଣ କରୁଥିଲେ।

Share

Leave a Reply

Your email address will not be published. Required fields are marked *

two × four =