କାହିଁକି ପି୍ରୟଙ୍କା କଂଗ୍ରେସ ଛାଡି ଶିବସେନାରେ ଯୋଗ ଦେଲେ ଜାଣନ୍ତୁ …

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଚତୁର୍ବେଦୀଙ୍କର ମଧ୍ୟରେ ଉତ୍ତମ ସମ୍ପର୍କ ଥିବା କଥା କୁହାଯାଏ । ହେଲେ ଏମିତି କଣ ହେଲା ଯେ ଅଚାନକ ପ୍ରିୟଙ୍କା ଚତୁର୍ବେଦୀ କଂଗ୍ରେସରୁ ଇସ୍ତଫା ଦେଇ ଶିବସେନାରେ ମିଶିଗଲେ ?  ଏହି ଘଟଣା ଅନେକ ପ୍ରଶ୍ନବାଚକ ସୃଷ୍ଟି କରୁଥିବ । ତେବେ ଆସନ୍ତୁ ଜାଣିବା ।
– ଚଳିତ ନିର୍ବାଚନରେ ଟିକେଟ୍ ମିଳିଲା ନାହିଁ ବୋଲି ସେ ଦଳ ଛାଡ଼ିଥିବା କଥା ମିଛ ବୋଲି ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ।
– ପ୍ରିୟଙ୍କା ଚତୁର୍ବେଦୀଙ୍କ କହିବା କଥା ଦଳ ତାଙ୍କ ସମ୍ମାନ ରଖିଲା ନାହିଁ । ତାଙ୍କ ସହିତ କିଛି କଂଗ୍ରେସ କର୍ମୀ ଅଭଦ୍ରୋଚିତ ବ୍ୟବହାର କଲେ । ସେ ଏହାର ବିରୋଧ କରିବା ପରେ ସେମାନଙ୍କୁ ନିଲମ୍ବିତ କରାଯାଇଥିଲା । ହେଲେ ପୁଣି ସେମାନଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇ ଦିଆଗଲା ।
– କିଛି ଦିନ ତଳେ ଉତ୍ତର ପ୍ରଦେଶରେ ରାଫେଲ ଚୁକ୍ତିକୁ ନେଇ ପ୍ରିୟଙ୍କା ଚତୁର୍ବେଦୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଏହି ସମୟରେ କିଛି କଂଗ୍ରେସ କର୍ମୀ ତାଙ୍କୁ ଦୁର୍ବ୍ୟବହାର କରିଥିଲେ । ସେମାନଙ୍କ ବିରାଧରେ କାର୍ୟ୍ୟାନୁଷ୍ଠାନ ନିଆଯିବା ପରେ ଜ୍ୟୋତିରଆଦିତ୍ୟ ସିନ୍ଧିଆ ପୁଣି ସେମାନଙ୍କୁ ଦଳରେ ସମାଲ କଲେ । ଯାହାକୁ ନେଇ ପ୍ରିୟଙ୍କା ବିଗିଡ଼ି ଗଲେ ।
– ପ୍ରିୟଙ୍କା କହିଛନ୍ତି ଦଳରେ ଥିବା ବେଳେ ବିରୋଧୀଙ୍କର ଗାଳିଗୁଲଜ ଠାରୁ ଆରମ୍ଭ କରି ମାରପିଟ୍ ପର୍ୟ୍ୟନ୍ତ ସହିଛି । ହେଲେ ଦଳ ଭିତରେ ମୋତେ ଧମକ ଦେଇଥିବା ଲୋକଙ୍କୁ ଗୁରୁତ୍ୱ ଦିଆଯିବା ଦ୍ୱାରା ମୋର ମର୍ୟ୍ୟାଦା ହାନି ହୋଇଛି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ମୋତେ ଏହି ଘଟଣା ଅତ୍ୟନ୍ତ ମର୍ମାହତ କରିଥିବାରୁ ମୁଁ ଦଳର ସବୁ ପଦବିରୁ ଇସ୍ତଫା ଦେଉଛି ।
– ତାଙ୍କୁ ଧମକ ଦେଇଥିବା କର୍ମୀଙ୍କୁ ଯେତେବେଳେ ପୁଣି ଦଳରେ ନିଆଗଲା ସେତେବେଳେ ପ୍ରିୟଙ୍କା ନିଜର ଅସନ୍ତୋଷ ପ୍ରକାଶ କରି ଟ୍ଵିଟ୍ କରିଥିଲେ । ହେଲେ ତଥାପି ଦଳ ପକ୍ଷରୁ ତାଙ୍କୁ ସହାନୁଭୂତି ମିଳିଲା ନାହିଁ କିମ୍ବା ଏ ନେଇ କେହି କିଛି ପ୍ରତିକ୍ରିୟା ରଖିଲେ ନାହିଁ । ଏହା ପରେ ସେ ଦଳରୁ ଇସ୍ତଫା ଦେବାକୁ ସ୍ଥିର କରି ନେଲେ ।
– ପ୍ରିୟଙ୍କା ଦୁଇ ପୃଷ୍ଠାର ଏକ ଇସ୍ତଫାପତ୍ର ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଛନ୍ତି । ଏହା ସହିତ ସେ ମୁମ୍ବାଇ ବାସିନ୍ଦା ହୋଇଥିବାରୁ ଶିବସେନା ବ୍ୟତୀତ ତାଙ୍କ ପାଇଁ ଅନ୍ୟ ଭଲ ବିକଳ୍ପ କିଛି ନଥିଲା ବୋଲି ଏହି ଦଳରେ ଯୋଗ ଦେବା ପରେ କହିଛନ୍ତି ।
Share

Leave a Reply

Your email address will not be published. Required fields are marked *

two × 5 =