ଚର୍ଚ୍ଚାରେ ମାତାଲି ଯୁବତୀ

ଭୁବନେଶ୍ୱର: ମାତାଲି ଯୁବତୀଙ୍କ ଉନ୍ମତ୍ତକାଣ୍ଡ । ନିଶାରେ ଚୁର ଯୁବତୀଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଗୋଟିଏ ହାତରେ ମଦ ବୋତଲ ଆଉ ଗୋଟିଏ ହାତରେ ସିଗାରେଟ୍ । ରାସ୍ତା ମଝିରେ ହଙ୍ଗାମା ଆଉ ଲୋକଙ୍କୁ ଖରାପ ଭାଷାରେ ଗାଳି । ବେଶ କିଛି ସମୟ ଧରି ଚାଲିଥିବା ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ତେବେ ଏହି ଘଟଣାଟି ଘଟିଛି ଖୋଦ୍ ରାଜଧାନୀରେ ।

ରାଜଧାନୀର ଖଣ୍ଡଗିରି ଛକରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ମଦ୍ୟପ ଯୁବତୀଙ୍କୁ ହାଇଡ୍ରାମା ଦେଖିବାକୁ ମିଳିଛି। ଗୋଟିଏ ହାତରେ ମଦ ବୋତଲ ଆଉ ଗୋଟେ ହାତରେ ସିଗାରେଟ୍ ଧରି ଫିଲ୍ମ ଷ୍ଟାଇଲ୍ରେ ହଙ୍ଗାମା କରିଥିଲେ ଯୁବତୀ ଜଣଙ୍କ । ଏଥିସହିତ ଯୁବତୀ ଜଣଙ୍କ ଅଟୋ ଭିତରେ ବସି ଗୋଟିଏ ହାତରେ ବିୟର ବୋତଲ ଧରି ମଦ ପିଉଥିବା ବେଳେ ଅନ୍ୟ ହାତରେ ସିଗାରେଟ୍ ଧରି ଧୂଆଁ ଉଡ଼ାଉଥିଲେ। ଯୁବତୀଙ୍କ ବେଶପୋଷାକରୁ ଆଭିଜାତ୍ୟ ପରିବାର ଭଳି ମନେ ହେଉଥିଲେ। ପରେ ଯୁବତୀ ଜଣଙ୍କ ବିୟର ଶେଷ କରିବା ପରେ ରାସ୍ତା ମଝିରେ ନାଚିବାକୁ ଲାଗିଲେ।

ଯେଉଁଥ୍ ପାଇଁ ଖଣ୍ଡଗିରି ଛକରେ କିଛି ସମୟରେ ପାଇଁ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲା ଜ୍ଝ ଖବର ପାଇ ପୁଲିସ ପହଞ୍ଚି ଯୁବତୀଙ୍କୁ ବୁଝାସୁଝା କରି ଘରକୁ ଯିବାକୁ କହିଲେ । ହେଲେ ଯୁବତୀ ଜଣଙ୍କ ପୁଲିସ ଉପରେ ତାଉ ଦେଖାଇଲେ। ଏପରିକି ସିଗାରେଟ୍ ଟାଣି ପୁଲିସ ମୁହଁକୁ ନୂଆ ଛାଡ଼ୁଥିବାରୁ ଦେଖିବାକୁ ମିଳିଥିଲା । ଶେଷରେ ଥାନାରୁ ମହିଳା ପୁଲିସ ଆସି ମଦ୍ୟପ ଯୁବତୀଙ୍କୁ ଥାନାକୁ ନେଇ କେବଳ ଜରିମାନା କାଟି ଛାଡ଼ି ଦେଇଥିଲା। ଯୁବତୀଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାରେ ବୋଲି ଜଣାପଡ଼ିଛି ।


Share

Leave a Reply

Your email address will not be published. Required fields are marked *

fourteen − eleven =