ଆଜିଠୁ ଶେଷ ଟେଷ୍ଟ

ମାଞ୍ଚେଷ୍ଟର: ଆଜିଠୁ ଭାରତ ଓ ଇଲଣ୍ଡ ମଧ୍ୟରେ ଖେଳାଯିବ ପଞ୍ଚମ ତଥା ଅନ୍ତିମ ଟେଷ୍ଟ । ମାଞ୍ଚେଷ୍ଟରରେ ଶେଷ ମ୍ୟାଚ ଖେଳାଯିବ । ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ତେବେ ଭାରତ ଶେଷ ମ୍ୟାଚକୁ ଡ୍ର ରଖିବା କିମ୍ବା ଜିତିବା ଲାଗି ଚେଷ୍ଟା କରିବ ।

ଅନ୍ୟପକ୍ଷରେ ପରାଜୟ ଏଡ଼ାଇବା ପାଇଁ ଘରୋଇ ଇଂଲଣ୍ଡ ପାଖରେ ବିଜୟ ଛଡ଼ା ବିକଳ୍ପ ନାହିଁ। ପୁଣି ମ୍ୟାଚ୍ ମଝିରେ ବର୍ଷା ବାଧକ ସାଜିବାର ଆଶଙ୍କା ଥିବାରୁ ଇଂଲଣ୍ଡର କାମ ଆହୁରି କଷ୍ଟକର ହୋଇଯିବ। ଅବଶ୍ୟ ଘରୋଇମାଟିରେ ଖେଳିବାର ଫାଇଦା ଇଂଲଣ୍ଡକୁ ମିଳିବ। ଏହି ପଡ଼ିଆରେ ଗତ ୧୫ଟି ଟେଷ୍ଟ ମ୍ୟାଚ୍ରୁ ଇଂଲଣ୍ଡ ୧୨ଟି ଜିତିଛି । ତେବେ ଭଙ୍ଗୁରୀୟ ଇଂଲଣ୍ଡ ବ୍ୟାଟିଂ ଏବଂ ଅଦ୍ୟାବଧି ଚମତ୍କାର ପ୍ରଦର୍ଶନ କରିଥିବା ଭାରତୀୟ ବୋଲିଂକୁ ଦେଖିଲେ; ମ୍ୟାଚ୍ ଜିତିବାକୁ ଭାରତ ଅଧିକ ଦାବିଦାର । ମାଞ୍ଚେଷ୍ଟରରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ୯ଟି ଟେଷ୍ଟ ଖେଳା ଯାଇଥିବା ବେଳେ ଭାରତ ଥରେ ମଧ୍ୟ ଜିତିନାହିଁ। ଏହି ଧାରା ବଜାୟ ରଖିବାକୁ ଜୋ ରୁଟ୍ଙ୍କ ଦଳ ନିଶ୍ଚିତ ଚାହିଁବ।

Share

Leave a Reply

Your email address will not be published. Required fields are marked *

seventeen − 10 =