ଆଜିଠୁ ତିନିଦିନ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଆଜିଠୁ ତିନିଦିନ ବନ୍ଦ ରହିବ ଶ୍ରୀମନ୍ଦିର । ଶ୍ରୀମନ୍ଦିର ବନ୍ଦ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସୋମବାରଠୁ ଶ୍ରଦ୍ଧାଳୁଙ୍କ ଲାଗି ମନ୍ଦିର ଖୋଲିବାକୁ ଥିବା ବେଳେ, ନୂଆ କଟକଣା ଅନୁଯାୟୀ ଦର୍ଶନ କରିବେ ଶ୍ରଦ୍ଧାଳୁ । ପ୍ରଶାସନର ସୂଚନା ଅନୁଯାୟୀ, ଆଜି ଗଣେଶ ପୂଜାଥିବାରୁ ଶ୍ରୀମନ୍ଦିରକୁ ବନ୍ଦ କରାଯାଇଛି । ପୂର୍ବର ଏସ୍ଓପି ଅନୁସାରେ ଶନିବାର ଓ ରବିବାର ଶ୍ରୀମନ୍ଦିର ବନ୍ଦ ରହିବ । ତେଣୁ ଲଗାତର ୩ଦିନ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ଭକ୍ତ । ପରେ ସୋମବାରଠୁ ମନ୍ଦିର ଖୋଲିବା ପରେ ନୂଆ ଏସ୍ଓପି ଅନୁଯାୟୀ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।

ନୂଆ ଏସଓପିରେ କେବଳ ରବିବାର ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ରବିବାର ଦିନ ମନ୍ଦିରକୁ ବନ୍ଦ ରଖିବା ସହ ମନ୍ଦରର ବାହାର ଓ ଭିତର ପାର୍ଶ୍ୱକୁ ସାନିଟାଇଜ କରିବ ଶ୍ରୀମନ୍ଦିର ପ୍ରଶାସନ । ଏହି ନୂଆ ଏସଓପି ଅନୁଯାୟୀ ଶନିବାର ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଅର୍ଥାତ୍ ସପ୍ତାହର ୬ ଦିନ ମନ୍ଦିର ଖୋଲାରହିବ । ସକାଳ ୬ଟାରୁ ରାତି ୯ଟା ଯାଏ ମହାପ୍ରଭୁଙ୍କ ଦର୍ଶନ କରିବାକୁ ଅନୁମତି ମିଳିଛି । ସବୁଠୁ ବଡ଼ କଥା ହେଉଛି ଏଣିକି ସପରିବାର ସହ ଆନନ୍ଦବଜାରରେ ମହାପ୍ରସାଦ ସେବନ କରିବାକୁ ଅନୁମତି ରହିଛି । ତାହା ସହ ଶ୍ରୀମନ୍ଦିର ଭିତରକୁ ଏଣିକି ଭକ୍ତମାନେ ସମସ୍ତ ପୂଜା ସାମଗ୍ରୀ ନେଇପାରିବେ ।

Share

Leave a Reply

Your email address will not be published. Required fields are marked *

seven − 3 =