ମାର୍ଚ୍ଚ ୨୫ରେ ଭୁବନେଶ୍ୱର ଓକିଲ ସଂଘ ନିର୍ବାଚନ

୨୦୨୩-୨୪ ବର୍ଷ ପାଇଁ ଆସନ୍ତା ମାର୍ଚ୍ଚ ୨୫ରେ ଭୁବନେଶ୍ୱର ଓକିଲ ସଂଘର ନିର୍ବାଚନ ହେବ। ରାଜ୍ୟ ଆଇନଜୀବୀ ପରିଷଦର ନିର୍ଦ୍ଦେଶକ୍ରମେ ଭୁବନେଶ୍ୱର ଓକିଲ ସଂଘ ସାଧାରଣ ପରିଷଦ ପକ୍ଷରୁ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଚଳିତ ବର୍ଷ ପାଇଁ ଜଗନ୍ନାଥ ଦାସ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା ଦାୟିତ୍ୱ ବହନ କରୁଛନ୍ତି। ତେବେ ଗତ କରୋନା ମହାମାରୀ ବେଳେ ଜଗନ୍ନାଥ ୨ବର୍ଷ ଧରି ନିର୍ବାଚନ ଅଧିକାରୀ ଭାବେ ଠିକ୍‌ ଭାବେ କାର୍ଯ୍ୟ ସମ୍ପାଦନା କରିଥିଲେ। ଚଳିତ ବର୍ଷ ପୁଣି ଶ୍ରୀ ଦାସ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ଓକିଲ ସଂଘର ସମ୍ପାଦକ ରାଜ କିଶୋର ଦାସ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନିର୍ବାଚନ ଅଧିକାରୀ ଦାସଙ୍କ ସୂଚନା ଅନୁଯାୟୀ, ଆଇନଜୀବୀ ପରିଷଦ ଦ୍ୱାରା ରାଜ୍ୟରେ ୱାନ୍‌ ବାର୍‌ ୱାନ୍‌ ଭୋଟ୍‌ ନିୟମ ଲାଗୁ ହୋଇଥିବାରୁ ଗୋଟିଏ ଦିନ ସମସ୍ତ ଓକିଲ ସଂଘର ନିର୍ବାଚନ ଅନୁଷ୍ଠିତ ହେବ। ୨୫ତାରିଖ ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ କରାଯିବ। ତେବେ ଉକ୍ତଦିନ ଅପରାହ୍ନ ୪ଟାରୁ ଭୋଟ ଗଣତି କରାଯାଇ ନିର୍ବାଚନ ଫଳ ପ୍ରକାଶ ପାଇବ ବୋଲି ସୂଚନା ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

eighteen + 18 =