ଟିିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ ଚୋରି ମୂଲ୍ୟାଙ୍କନ ଦେୟର ଫଇସଲା ଲାଗି ସ୍ୱତନ୍ତ୍ର ସ୍କିମ୍‌ର ଶୁଭାରମ୍ଭ

-ଫେବ୍ରୁଆରି ଓ ମାର୍ଚ୍ଚ ପାଇଁ ସ୍ୱତନ୍ତ୍ର ସ୍କିମ୍ ବୈଧ
ଭୁବନେଶ୍ୱର: ବିଦ୍ୟୁତ୍ ଚୋରି ଅଭିଯୋଗରେ ଯେଉଁମାନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ସେମାନଙ୍କ ପାଇଁ ଚୋରି ମୂଲ୍ୟାଙ୍କନ ଦେୟର ଫଇସଲା କରିବା ଲାଗି ଟାଟା ପାୱାର୍ ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ପକ୍ଷରୁ ଏକ ସ୍ୱତନ୍ତ୍ର ସ୍କିମ୍‌ର ଶୁଭାରମ୍ଭ କରାଯାଇଛି । ଏହି ସ୍ୱତନ୍ତ୍ର ସ୍କିମ୍‌ରେ କଂପାନି ପକ୍ଷରୁ ବିଦ୍ୟୁତ୍ ବିଲ୍ ଉପରେ ସ୍ୱାଭାବିକତାଠାରୁ ଅଧିକ ରିହାତି ପ୍ରଦାନ କରାଯାଉଛି, ଯାହା ଚଳିତ ବର୍ଷ ଫେବ୍ରୁଆରି ଓ ମାର୍ଚ୍ଚ ପାଇଁ ବୈଧ ରହିବ । ମୂଲ୍ୟାଙ୍କନ ହୋଇଥିବା ଖିଲାପୀମାନଙ୍କୁ ନିକଟସ୍ଥ ବିଦ୍ୟୁତ୍ ସବ୍‌-ଡିଭିଜନ ଅଫିସକୁ ଯିବାକୁ ପଡ଼ିବ ଏବଂ ସେମାନଙ୍କ ବକେୟା ଦେୟକୁ ନିୟମିତ କରିବାକୁ ପଡ଼ିବ ।
ଟିପିସିଓଡିଏଲ୍‌ର ଏହି ସ୍କିମ୍ ହେଉଛି ବିଦ୍ୟୁତ୍ ଚୋରି ଅଭିଯୋଗରେ ମାମଲା ରୁଜୁ କରାଯାଇଥିବା ସମସ୍ତ ଗ୍ରାହକମାନଙ୍କୁ ଦେୟ ନିୟମିତ କରିବା ଏବଂ ଏକ ନୂଆ ସଂଯୋଗ ହାସଲ କରିବା ପାଇଁ ଶେଷ ସୁଯୋଗ ପ୍ରଦାନ କରିବାର ଏକ ଉଦ୍ୟମ । ଅତୀତରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଥିଲା । ଏଲ୍‌ଟି ବିଦ୍ୟୁତ ଖୁଂଟରୁ ସମାନ୍‌ତର ଭବେ ହୁକ ପକାଇବା, ମିଟରରେ ହେରଫେର କରିବା ଭଳି ବେଆଇନ କାର୍ଯ୍ୟରେ ୨୫୦୦ରୁ ଅଧିକ ଗ୍ରାହକ ଲିପ୍ତ ଥିବା କେବଳ ଜାନୁଆରି ଓ ଫେବ୍ରୁଆରିରେ ଜଣାପଡ଼ିଥିଲା । ଏଭଳି କାର୍ଯ୍ୟକଳାପ ନେଟ୍‌ୱର୍କ ସୁରକ୍ଷାକୁ ବିପଦରେ ପକାଉଥିବା ବେଳେ ଗ୍ରାହକମାନଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି ଏବଂ ବିଦ୍ୟୁତ୍ ଚୋରି ନିଷ୍ଠାବାନ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଯୋଗାଣର ମାନ ଓ ଭରସାଯୋଗ୍ୟତାକୁ ପ୍ରଭାବିତ କରୁଛି । ଯଦି ଏହି ଗ୍ରାହକମାନେ ଚୋରି ଜନିତ ଜରିମାନା ଦେବେ ନାହିଁ ଓ ନୂଆ ସଂଯୋଗ ପାଇଁ ଆଇନଗତ ପନ୍ଥା ଗ୍ରହଣ କରିବେ ନାହିଁ ତେବେ ଭାରତୀୟ ବିଦ୍ୟୁତ୍ ନିୟମ, ୨୦୦୩ ର ଧାରା ୧୩୫ରେ ଟିପିସିଓଡିଏଲ୍ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବ ।
ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ନିଶ୍ଚିତ କରିବା ପ୍ରତି ଟିପିସିଓଡିଏଲ୍‌ର ଉଦ୍ୟମରେ ବିଦ୍ୟୁତ ଚୋରି ହେଉଛି ଏକ ପ୍ରମୁଖ ସମସ୍ୟା କାରଣ ଏହା ନେଟ୍‌ୱର୍କ ଉପରେ ଅଧିକ ଚାପ ସୃଷ୍ଟି କରେ । ଏହା ମୋଟ କ୍ଷତିକୁ ବୃଦ୍ଧି କରେ ଏବଂ ନିଷ୍ଠାପର ଗ୍ରାହକମାନଙ୍କ ଦୈନିକ ଲୋଡ୍‌କୁ ବ୍ୟବହାର କରି ସେମାନଙ୍କ ଉପରେ ଚାପ ସୃଷ୍ଟି
କରେ । ବହୁ ଅନଧୀକୃତ ହୁକ, ମିଟରରେ ହେରଫେର ଆଦି ବିଦ୍ୟୁତ୍ ଚୋରିକୁ ରୋକିବା ଲାଗି ଟିପିସିଓଡିଏଲ୍‌ର ପ୍ରବର୍ତନ ଟିମ୍ ପକ୍ଷରୁ ନିଷ୍ଠାର ସହ ଉଦ୍ୟମ କରାଯାଉଛି । ଆଗକୁ ଆସିବା ଏବଂ ବିଦ୍ୟୁତ୍ ଚୋରି ସମ୍ପର୍କରେ ହ୍ୱାଟସ୍‌ଆପ୍ ନମ୍ବର ୯୪୩୭୧୫୮୬୭୦ ସେମେଜ୍ / କିମ୍ବା ରଦ୍ଭଲକ୍ଟକ୍ସମରଜ୍ଞରଦ୍ଭଗ୍ଧଅଗ୍ଧକ୍ଟ୍ରମରଦ୍ଭଗ୍ଧକ୍ସବକ୍ଷକ୍ଟୟସଗ୍ଦଷବ.ମକ୍ଟଜ୍ଞରେ ଇ-ମେଲ୍ ପଠାଇବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ନିଷ୍ଠାବାନ ଗ୍ରାହକମାନଙ୍କୁ ଅନୁରୋଧ କରାଯାଇଛି ।

“ଏକ ଦାୟିତ୍ୱବାନ ବିଦ୍ୟୁତ୍ ୟୁଟିଲିଟି ଭାବେ ଆମ ଗ୍ରାହମାନଙ୍କ ଉପରେ ବିଦ୍ୟୁତ୍ ଚୋରି ଜନିତ ଖର୍ଚର ବୋଝ ଯେଭଳି ନପଡ଼ିବ ତାହା ନିଶ୍ଚିତ କରିବା ହେଉଛି ଆମର ଦାୟିତ୍ୱ । ଏହି ସ୍ୱତନ୍ତ୍ର ସ୍କିମ୍‌, ଦେୟକୁ ନିୟମିତ କରିବା ଏବଂ ଏକ ନୂଆ ସଂଯୋଗ ନେବାର ସୁଯୋଗ ପ୍ରଦାନ କରୁଛି । ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଲାଗି ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଛି ଏବଂ ବିଦ୍ୟୁତ୍ ଚୋରିକୁ ହ୍ରାସ କରିବା ଏବଂ ଗୁଣାତ୍ମକ ଓ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣରେ ଉନ୍ନତି ଆଣିବା ଲାଗି ସବୁ ପ୍ରକାର ଉଦ୍ୟମ କରୁଛି ବୋଲି ଟିପିସିଓଡିଏଲ୍‌ର ସିଇଓ ଶ୍ରୀଯୁକ୍ତ ଏମ୍ ସେନ୍‌ବାଗମ କହିଛନ୍ତି ।’’

Share

Leave a Reply

Your email address will not be published. Required fields are marked *

17 − six =