ଭୁବନେଶ୍ୱର ଉପ ଜିଲାପାଳ ଓ ତହସିଲ କାର୍ଯ୍ୟାଳୟ ୫ ଦିନ ବନ୍ଦ

ଭୁବନେଶ୍ୱର: ଭୁବନେଶ୍ୱର ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟରେ କେତେକ କର୍ମଚାରୀ କୋଭିଡ ସଂକ୍ରମିତ ଚିହ୍ନଟ ହେବାପରେ ଉଭୟ କାର୍ଯ୍ୟାଳୟକୁ ବନ୍ଦ ରଖାଯାଇଛି। ଏହି ଦୁଇ କାର୍ଯ୍ୟାଳୟରେ ୭ ଜଣ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଉପଜିଲାପାଳଙ୍କ କାର୍ଯ୍ୟାଳୟର ୪ ଜଣ ଏବଂ ତହସିଲ କାର୍ଯ୍ୟାଳୟରେ ୩ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାପରେ କର୍ତ୍ତୃପକ୍ଷ ଦୁଇଟିଯାକ କାର୍ଯ୍ୟାଳୟକୁ ଚଳିତ ମାସ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ସମୟ ମଧ୍ୟରେ ଦୁଇଟି କାର୍ଯ୍ୟାଳୟକୁ ବିଶୋଧନ କରାଯିବା ପରେ ତାହା ଖୋଲିବ ବୋଲି କୁହାଯାଇଛି।

Share

Leave a Reply

Your email address will not be published. Required fields are marked *

twelve − two =