ଉନ୍ନତି ଭବନ’ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ପୌରାଂଚଳର ଅଧିବାସୀ ମାନଙ୍କୁନଗର ଭୁତ୍ତିକ ପୌର ସେବା ଯୋଗାଇଦେବା ପୌର ପ୍ରଶାସନ ବିଭାଗ ପାଇଁ ଏକ ବଡ ଆହ୍ୱାନ ଥିଲା । ମାନବ ସମ୍ବଳର ଏହିସମାଧାନ ଲାଗି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂତନ ପୌର କ୍ୟାଡର ସୃଷ୍ଟି ଲାଗି ଅନୁମୋଦନ କରି ଏହାର ପଥ ସୁଗମ କରିଥିଲେ । ଆଜି ଉନ୍ନତି ଭବନ ଠାରେ ଆୟୋଜିତ ଏକ ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ଓଡିଶା ପୌର କ୍ୟାଡର ଅନ୍ତର୍ଭୁକ୍ତ ନୂତନ ଭାବେ ଓପିଏସସି ଙ୍କ ଦ୍ୱାରା ଚୟନ କରାଯାଇଥିଲା । ୨୮ ଜଣ ଓଡିଶା ପୌର ପ୍ରଶାସନ ସେବା (ଓଏମଏଏସ)ଅଧିକାରୀ ଏବଂ ୧୨ ଜଣ ଓଡିଶା ପୌର ଯୋଜନା ସେବା(ଓଏମପିଏସ) ଅଧିକାରୀ ଙ୍କୁ ନିଯୁକ୍ତି ପତ୍ର ହସ୍ତାନ୍ତର କରିଛନ୍ତି ।
ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଏହି ରୂପାନ୍ତରଣ ଯାତ୍ରାରେ ଅଂଶୀଦାର ହେବା ପାଇଁ ପ୍ରତିଭା ସମ୍ପର୍ଣ୍ଣ ଯୁବ ଅଧିକାରୀ ମାନଙ୍କୁୂ ଆଜି ମୁଖ୍ୟମନ୍ତ୍ରୀ ସ୍ୱାଗତ କରିବା ସଙ୍ଗେ ସଙ୍ଗେ ମୋ ସରକାର ଏବଂ ୫-ଟି ଧାରାରେ କାର୍ଯ୍ୟକରି ସହରାଂଚଳର ପୌର ଶାସନ ବ୍ୟବସ୍ଥାକୁ ଏକ ନୂତନ ସ୍ତରକୁ ନେବା ପାଇଁ ଉପଦେଶ ଦେଇଥିଲେ ।
ଏହାବ୍ୟତୀତ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ଉନ୍ନତି ଭବନ ନାମରେ ଏକ ବହୁତଳ ଅଟ୍ଟାଳିକାକୁ ମୁଖ୍ୟମନ୍ତ୍ରୀ ଲୋକାପକ୍ଷ୍ଣଚ୍ଚ କରିଛନ୍ତି । ଏହି ଅଟ୍ଟାଳିକାରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧୀନରେ ଥିବା ଭିବିନ୍ନ କାଯ୍ୟାଳୟ ଯଥା: Odisha water supply and sewerage board , public health engineering organaisation , WATCO,AWAAS Mission, JAGA Mission ଭଳି ଅନୁÂାନ ଗୁଡିକ ଅବସ୍ଥିତ ରହି ସମନ୍ୱିତ ଭାବରେ କାର୍ଯ୍ୟ କରି ପୌର ସେବା ପ୍ରଦାନରେ ଉନ୍ନତି ଆଣି ପାରିବେ । ଏହି ଅବସରରେ ବସ୍ତି ରୂପାନ୍ତରଣ ଉଦେ୍ଧଶ୍ୟରେ କାର୍ଯ୍ୟ କରୁଥିବା ଜାଗା ମିଶନକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଥିଲେ ।

ଏହା ବ୍ୟତୀତ ରାଜ୍ୟର ପ୍ରତ୍ୟେକ ଗୃହକୁ ସ୍ୱଚ୍ଛ ଓ ନିରବଚ୍ଛିନ୍ନ ଭାବରେ ପାନୀୟ ଜଳ ଯୋଗାଣ ନିମନ୍ତେ ଆରମ୍ଭ କରାଯାଇଥିବା Drink from tap mission ଏବଂ Quality drinking water supply ଯୋଜନାରେ କାର୍ଯ୍ୟରତ WATCO CORPORATE କାର୍ଯ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଆଜି ଉଦଘାଟନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

17 − 5 =