ଫିଟ ନବୀନ : ଦୈନିକ ସକାଳୁ ଜଗିଂ, ଯୋଗ ଓ ବ୍ୟାୟାମ କରୁଛନ୍ତି

ଓଡିଶାବାସୀଙ୍କ ପାଇଁ ଲଢେଇ ପାଇଁ ପ୍ରସ୍ତୁତି ହେଉଛି

ଭୁବନେଶ୍ବର () ବିରୋଧୀ କହୁଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନଫିଟ୍ । ସେ ଚାଲି ପାରୁନାହାଁନ୍ତି । ତାଙ୍କୁ ଚାଲିଲା ବେଳେ ବି ସୁରକ୍ଷା କର୍ମୀଙ୍କ ସହଯୋଗ ଦରକାର ପଡିଥାଏ । ଏପରିକି କିଛି ବିରୋଧୀ ଦଳ ନେତା ତାଙ୍କ ଆୟୁସକୁ ନେଇ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି । ଏଭଳି ସମୟରେ ନବୀନ କେତେ ଫିଟ ଏହି ଭିଡିଓ ଉପରେ ନଜର ପକାନ୍ତୁ ।

ଏହି ଭିଡିଓରୁ ନବୀନ ସକାଳୁ ଉଠି ବ୍ୟାୟାମ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ସେ ନିଜ ଘର କରିଡର ଓ ଲନରେ ସକାଳୁ ସକାଳୁ ଜଗିଂ କରୁଛନ୍ତି । ଷ୍ଟ୍ରେଚିଂ ବି କରୁଛନ୍ତି । 1997 ମସିହାରେ ରାଜନୀତିରେ ପ୍ରବେଶ କରିବା ସମୟରେ ଲୋକେ ତାଙ୍କୁ ଆଜି ପର୍ଯ୍ୟନ୍ତ ସବୁଦିନ ଧଳା କୁର୍ତ୍ତା ପାଇଜାମାରେ ଦେଖିଛନ୍ତି । କିନ୍ତୁ ସକାଳ ବ୍ୟାୟାମ ସମୟରେ ସେ ପୁରା ଜଗିଂ ପୋଷାକରେ ।

ମର୍ଣ୍ଣଂ ୱାର୍କ, ଜଗିଂ ପରେ କିଛି ସମୟ ପାଇଁ ଯୋଗ କରିଥାନ୍ତି । ତା ପରେ ସେ କିଛି ସମୟ ପାଇଁ ସାଇକିଲିଂ କରୁଛନ୍ତି । ୱେଟ ବି ଉଠାଉଛନ୍ତି । ସେ ସମୟରେ ସେ ମର୍ଣ୍ଣଂ ନ୍ୟୁଜ ଦେଖୁଥାନ୍ତି । ନବୀନଙ୍କ ଏହି ଭିଡିଓ ଦେଖିଲା ପରେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ପ୍ରଶ୍ନ ଉଠାଉଥିବା ଜାତୀୟ ଓ ରାଜ୍ୟ ସ୍ତରୀୟ ନେତାଙ୍କ ହୋସ ଉଡିଗଲାଣି । ଆଉ ଏହି ବ୍ୟାୟାମ ସମୟରେ ନବୀନ କହିଥିବା କେଇଟି ଶବ୍ଦ ଏବେ ବିରୋଧୀଙ୍କ ଅକଲ ଗୁଡୁମ କରିଦେଇଛି । ଏହି ଭିଡିଓରେ ନବୀନ କହୁଛନ୍ତି ଯେ, ସେ ଓଡିଶାବାସୀଙ୍କ ପାଇଁ ଲଢେଇ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଅର୍ଥାତ 2019 ଲଢେଇ ପାଇଁ ନବୀନ ପୂରା ପ୍ରସ୍ତୁତ ହୋଇ ମଇଦାନକୁ ଓହ୍ଲାଉଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve + 17 =