ଲଢିବା ପୂର୍ବରୁ ନାଁ କଟିଲା

ନିର୍ବାଚନ କୁରୁକ୍ଷେତ୍ରକୁ ଓହ୍ଲାଇବା ପୂର୍ବରୁ ନାଁ କଟିଲା । ନାମାଙ୍କନପତ୍ର ଯାଞ୍ଚ ପରେ ଜୟଦେବ ଆସନ ଲଢେଇରୁ କଂଗ୍ରେସ ବିଦା ହୋଇଛି । କଂଗ୍ରେସ ପ୍ରାର୍ଥୀ ସୁକାନ୍ତ ତିଆଡି ଭୋଇଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ସୂଚନା ମିଳିଛି । ପ୍ରାର୍ଥୀପତ୍ରରେ ତ୍ରୁଟି ଥିବା କାରଣରୁ ସୁକାନ୍ତ ନିର୍ବାଚନ ଲଢେଇ ରେସରୁ ବାଦ୍ ପଡିଥିବା ନେଇ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଛି ।

ନିର୍ବାଚନ ମୈଦାନରୁ ସୁକାନ୍ତ ଆଉଟ ହେବା ପରେ ଏବେ ଲଢେଇ ବିଜେପି-ବିଜେଡି ଯୋଦ୍ଧାଙ୍କ ମଧ୍ୟରେ ହେବାକୁ ଯାଉଛି । ଗତକାଲି ଜୟଦେବ ଆସନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିଲା । ତେଣୁ ସୁକାନ୍ତଙ୍କ ପ୍ରାର୍ଥୀପତ୍ର ନାକଚ ହେବା କଂଗ୍ରେସକୁ ବଡ ଝଟକା ଦେଇଛି । ଆଉ ଏହାସହ ସ୍ପଷ୍ଟ ହୋଇଛି ଯେ, ଏଥର ଜୟଦେବରେ ଅରବିନ୍ଦ ଓ ନରେନ୍ଦ୍ରଙ୍କ ମଧ୍ୟରେ ବଡ ଲଢେଇ ଦେଖିବାକୁ ମିଳିବ ।

Share

Leave a Reply

Your email address will not be published. Required fields are marked *

five × 4 =