ବିଜେଡିରେ ମିଶିଲେ ବିଜେପି ଜିଲ୍ଲାପରିଷଦ ଅଧ୍ୟକ୍ଷା

ଗଜପତିରେ ଭାଙ୍ଗୁଛି ବିଜେପିର ବଳ। ବଢୁଛି ବିଜେଡ଼ିର ବଳ। ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ଏଭଳି ଏକ ରାଜନୈତିକ ପରିବର୍ତ୍ତନର ଚିତ୍ର ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । ଆଜି ମୋହନାରେ ପୁଣି ବିଜୁ ଜନତା ଦଳର ଏକ ଗଣ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ମୋହନା ଜିଲ୍ଲା ପରିଷଦ ସଦସ୍ୟା ଅନିତା ରାଣୀ ବେହେରା ବିଜେପି ଛାଡି ବିଜେଡି ସରକାରଙ୍କ ବିକାଶର ମୂଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି । ମୋହନା କଲେଜ ଛକଠାରେ ଆୟୋଜିତ ମିଶ୍ରଣ ପର୍ବରେ ବିଦ୍ଧିବଦ୍ଧ ଭାବେ ବିଜୁଜନତା ଦଳରେ ଯୋଗ ଦେଇଛନ୍ତି ଅନିତା । ତାଙ୍କ ସହ ବିଜେପିର ଶତାଧିକ ନେତୃବୃନ୍ଦ ଓ କର୍ମୀମାନେ ବିଜେଡିରେ ସାମିଲ ହୋଇଛନ୍ତି ।
ଓଡ଼ିଶାର ବିକାଶରେ ମୁଖ୍ୟମନ୍ତ୍ରୀଙ୍କ ଉଲ୍ଲେଖନୀୟ ପଦକ୍ଷେପ ତଥା ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସହ ବିଭିନ୍ନ ସ୍ଥାନରୁ ଶତାଧିକ କର୍ମୀ ଓ ପୂର୍ବତନ ଲୋକ ପ୍ରତିନିଧି ଦଳରେ ସାମିଲ ହୋଇଛନ୍ତି । ମିଶ୍ରଣ ପର୍ବରେ ଦଳରେ ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଜିଲ୍ଲା ସଭାପତି ପ୍ରଦୀପ ନାୟକ ଓ ଜିଲ୍ଲାର ବହୁ ବରିଷ୍ଠ ବିଜେଡି ନେତା ନବାଗତଙ୍କୁ ସ୍ୱାଗତ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 − one =