ଆଉ ଗୋଟିଏ ଦିନ ବଢ଼ିଲା ବାଲିଯାତ୍ରା

କଟକ() ଆଉ ଗୋଟିଏ ଦିନ ବଢ଼ିଲା କଟକର ଐତିହାସିକ ବାଲିଯାତ୍ରା । ୧୯ ନୁହେଁ ୨୦ରେ ସରିବ ଐତିହାସିକ କଟକର ଯାତ୍ରା । ୧୯ ତାରିଖରେ ଶେଷ ହେବ ବୋଲି ପ୍ରଥମେ କୁହାଯାଇଥିଲା ।

ଦେଶର ସର୍ବବୃହତ୍ ମୁକ୍ତାକାଶ ବାଣିଜ୍ୟିକ ମେଳା କୁହାଯାଉଥିବା ଏହି ମେଳା ଗତ ବର୍ଷ ପ୍ରଥମ ଥର ପାଇଁ ଦଶ ଦିନ ଚାଲିଥିଲା । ବାଲିଯାତ୍ରା ସର୍ବାଧିକ ୮ଦିନ ଆୟୋଜନର ରେକର୍ଡ ଥିଲେ ବି ଗତ ବର୍ଷ ପ୍ରତିବର୍ଷ ଦଶ ଦିନ ଆୟୋଜନ ନେଇ ଜିଲ୍ଲା ପ୍ରଶାସନ ଘୋଷଣା କରିଥିଲା । କିନ୍ତୁ ତାହା ଏଥର ସମ୍ଭବପର ହୋଇନଥିବା ଜଣାଯାଇଛି । ଫଳରେ ଏଥର ମାତ୍ର ୯ଦିନ ଯାଏଁ ଚାଲିବ କଟକର ଏହି ଐତିହାସକ ବାଲିଯାତ୍ରା । ଏଠାରେ ଏବର୍ଷ ବି ଲୋକଙ୍କ ଭିଡ଼ ଜମୁଥିବା ପରିଲକ୍ଷିତ ହେଉଛି ।

Share

Leave a Reply

Your email address will not be published. Required fields are marked *

five − four =