୨୦୨୦ରେ ହେବ ପରବର୍ତ୍ତୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ

ଭୁବନେଶ୍ୱର() ଆଜି ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୧୯ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ୟ୍ୟନ୍ତ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ଆୟୋଜିତ ହେବ।

ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍-୨୦୧୮ରୁ ବହୁତ ସଫଳତା ମିଳିଛି। ପ୍ରାୟ ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରପୋଜାଲ ଆସିଥିଲା ୯୧ଟି ପ୍ରପୋଜାଲକୁ ମଂଜୁରୀ ମିଳିଛି। ସେସବୁର କାମ ଜାରି ରହିଛି। ଆପଣମାନଙ୍କୁ ପରବର୍ତ୍ତୀ କନକ୍ଲେଭ୍ରେ ସାମିଲ୍ ହେବାକୁ ଆହ୍ୱାନ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତା ବର୍ଷରେ ଏହା ତୃତୀୟ ସଂସ୍କରଣ ହେବ।

Share

Leave a Reply

Your email address will not be published. Required fields are marked *

5 × 3 =