ସୁପ୍ରିମକୋର୍ଟରେ ରାଫେଲ୍ ରାୟ, ରିଭ୍ୟୁ ପିଟିସନ୍ ଖାରଜ କଲେ ସୁପ୍ରିମ୍କୋର୍ଟ

ନୂଆଦିଲ୍ଲୀ () ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତି ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରି ଆଗତ ହୋଇଥିବା ପିଟିସନ୍କୁ ଖାରଜ କରିଦେଇଛନ୍ତି ସୁପ୍ରିମ୍କୋର୍ଟ। ୨୦୧୮ରେ ସୁପ୍ରିମକୋର୍ଟ ରାଫେଲ୍ ଯୁଦ୍ଧ ବିମାନ କିଣା ନେଇ ଦେଇଥିବା ରାୟର ପୁନର୍ବିଚାର ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗଇଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି । ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏବଂ ଜଷ୍ଟିସ୍ ଏସ୍କେ କାଉଲ ଓ ଜଷ୍ଟିସ୍ କେଏମ୍ ଯୋଶେଫ ସଦସ୍ୟ ଥିବା ଏହି ଖଣ୍ଡପୀଠ ଆଜି କହିଥିଲେ, ଏହି ମାମଲରେ ଏକ ଏଫ୍ଆଇଆର ରୁଜୁ ହେବା ଦରକାର ଏବଂ ଲକ୍ଷ୍ୟହୀନ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାର ଦରକାର ବୋଲି ଆମେ ମନେ କରୁନାହୁଁ। କୋର୍ଟ ଆହୁରି ମଧ୍ୟ କହିଥିଲେ, ଏହି ରିଭ୍ୟୁ ପିଟିସନ୍ସବୁର ଶୁଣାଣି କରିବାର ଆବଶ୍ୟକତା ନାହିଁ।

ସହ୍ନା, ସୌରୀ ଏବଂ ଭୂଷଣ ସେମାନଙ୍କ ପିଟିସନ୍ରେ ଅଭିଯୋଗ ଆଣିଥିଲେ, ୨୦୧୮ ମସିହାର ଏହି ରାୟ ସରକାର ବନ୍ଦ ଲଫାପାରେ ସ୍ୱାକ୍ଷରିତ ହୋଇନଥିବା କିଛି ନୋଟ୍ ଉପରେ ଭରସା କରି ଦିଆଯାଇଥିଲା। ଅନ୍ୟପକ୍ଷରେ ସରକାର କହିଥିଲେ, ଆବେଦନକାରୀମାନେ କେବଳ ଗଣମାଧ୍ୟମ ରିପୋର୍ଟ ଆଧାରରେ ଏହି ଆବେଦନ କରିଥିଲେ। ଗଣମାଧ୍ୟମ ରିପୋର୍ଟସବୁରେ ପ୍ରକାଶ ପାଇଥିଲା ସରକାର ଚୁକ୍ତି ବାବଦରେ ସମସ୍ତ ତଥ୍ୟ ସାର୍ବଜନୀନ କରିନାହାନ୍ତି।

Share

Leave a Reply

Your email address will not be published. Required fields are marked *

sixteen − 14 =