କାଲିଠୁ ରାଜଧାନୀରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ

ଭୁବନେଶ୍ୱର: ରାଜ୍ୟର ରାଜଧାନୀରେ ଧିରେ ଧିରେ ବଢିବାକୁ ଲାଗିଛି ସଂକ୍ରମଣ |ଯାହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ବନ୍ଦ ରହିବ ସମସ୍ତ ଧର୍ମାନୁଷ୍ଠାନ । ଆସନ୍ତାକାଲି ଠାରୁ ସମସ୍ତ ଧାର୍ମିକ ଅନୁଷ୍ଠାନ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ବନ୍ଦ ରହିବ । କେବଳ ସେବାୟତଙ୍କ ଦ୍ୱାରା ନୀତିକାନ୍ତି କରାଯିବ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହିଭଳି କଡା ନିଷ୍ପତ୍ତି ନେଇଛି ଭୁବନେଶ୍ୱର ମହାନଗର ନିଗମ |ସେହିଭଳି ରାଜ୍ୟରେ ବେକାବୁ ହୋଇଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪ ହଜାର ୭୬୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୨୦ଜଣ ଚିହ୍ନଟ ହୋଇଛନ୍ତି |

ସୂଚନା ଅନୁଯାୟୀ, ଏବେ କରୋନା ସ୍ଥିତିକୁ ଦେଖି ଭୁବନେଶ୍ୱରରେ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ବିଏମସି । ବିଭିନ୍ନ ଧର୍ମଗୁରୁ ଓ କର୍ମକର୍ତ୍ତାଙ୍କ ସହ ଭିଡିଓ କନ୍‌ଫରେନ୍ସି ଜରିଆରେ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି । ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ନେଇ ଖୁବଶୀଘ୍ର ଏକ ଗାଇଡ୍‌ଲାଇନ୍‌ ଜାରି କରାଯିବ । ଧର୍ମାନୁଷ୍ଠାନ କେବଳ ନୀତିକାନ୍ତି ଓ ପୂଜାର୍ଚ୍ଚନା ଜାରି ରହିବ ।

Share

Leave a Reply

Your email address will not be published. Required fields are marked *

two × 3 =